25.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଉଭୟ ଦେଶ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା

ଉଭୟ ଦେଶ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା

କିଭ: ୧୯ ଦିନରେ ପହଞ୍ଚିଲା ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ। ଏହାରି ମଧ୍ୟରେ ୟୁକ୍ରେନ ଉପରେ ଜାରି ରହିଛି ଋଷର ଘନଘନ ଆକ୍ରମଣ। ଆଜି ଉଭୟ ଦେଶ ମଧ୍ୟରେ ଚତୁର୍ଥ ଥର ପାଇଁ ପୁଣି ଆଲୋଚନା ହେବ। ସକାଳ ୧୦ଟା ୩୦ରେ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା ଆରମ୍ଭ ହେବା ନେଇ ସ୍ପୁଟନିକ ରିପୋର୍ଟ ପ୍ରକାଶ କରିଛି। ପୂର୍ବରୁ ୩ ଥର ବୈଠକ ହୋଇସାରିଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିନଥିବାରୁ ଆଜି ଋଷ ଓ ୟୁକ୍ରେନ ମଧ୍ୟରେ ପୁଣି ଆଲୋଚନା ହେବ।

ସୂଚନା ଅନୁଯାୟୀ ଋଷ ପକ୍ଷରୁ ଅସ୍ତ୍ର ବିରତି ଘୋଷଣା କରାଯାଇଥିଲେ ସୁଦ୍ଧା କିଛି ସ୍ଥାନରେ ଋଷସେନା ଆକ୍ରମଣ ଜାରି ରଖିଥିବା ୟୁକ୍ରେନ ପକ୍ଷରୁ ଅଭିଯୋଗ କରାଯାଇଛି। ଗତକାଲି ଯୁଦ୍ଧର ୧୮ ଦିନରେ ୟୁକ୍ରେନର ପୋଲାଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ କରିଥିଲା ଋଷ। ଏଥିରେ ପ୍ରାୟ ୯ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ। ଏହା ପୂର୍ବରୁ ୟୁକ୍ରେନ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଦେଶର ଆଲୋଚନାକୁ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking