24.1 C
Bhubaneswar
Monday, November 25, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ ଉପରେ ମିଜାଇଲ ମାଡ଼ ପରେ ଋଷ କଲା ସାଇବର ଆଟାକ

ୟୁକ୍ରେନ ଉପରେ ମିଜାଇଲ ମାଡ଼ ପରେ ଋଷ କଲା ସାଇବର ଆଟାକ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସାମରିକ ନିର୍ଦ୍ଦେଶ ପରେ ୟୁକ୍ରେନ ଉପରେ ରୁଷ ସାମାରିକ ଆକ୍ରମଣ ଜାରି ରଖିଛି । ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ଅଧିକାଂଶ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଋଷ ଏକରକମ ୟୁକ୍ରେନକୁ ଘେରି ରହିଛି । ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରହିଥବା ବେଳେ ୟୁକ୍ରେନ ଉପରେ ଏବେ ସାଇବର ଆଟାକ ଜାରି ରଖିଛି ୠଷ । ପ୍ରଥମେ ମିସାଇଲ ଓ ଗୁଳିମାଡ଼ କରୁଥିବା ଋଷ ଏବେ ୟୁକ୍ରେନର କମ୍ପ୍ୟୁଟରଗୁଡ଼ିକୁ ଟାର୍ଗେଟ କରିଛି । ମସ୍କୋର ସାଇବର ଆଟାକ ଯୋଗୁ ୟୁକ୍ରେନର ବ୍ୟାଙ୍କ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ହଜାର ହଜାର କମ୍ପ୍ୟୁଟର ଅଚଳ ହୋଇଛି । ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ଋଷ ପକ୍ଷରୁ ୟୁକ୍ରେନର ହଜାର ହଜାର କମ୍ପ୍ୟୁଟର ଉପରେ ହମଲା କରାଯାଇଛି । ଟ୍ୱିଟରରେ ପୋଷ୍ଟ ହୋଇଥିବା ବୟାନରେ କମ୍ପାନୀ କହିଛି ଯେ ତଥ୍ୟ ଡିଲିଟ କରିବାର କ୍ଷମତା ରଖିଥିବା ସଫ୍ଟୱେରକୁ ୟୁକ୍ରେନର ହଜାର ହଜାର କମ୍ପ୍ୟୁଟରରେ ଇନଷ୍ଟଲ କରିଛି । ଫଳରେ ଋଷ ସାଇବର ଆଟାକ କରି ୟୁକ୍ରେନର ସବୁ ଗୁପ୍ତ ତଥ୍ୟକୁ ନଷ୍ଟ କରିବାକୁ ଚେଷ୍ଟା କରିଛି । ଏପରି ଆଟାକ କରିବା ପାଇଁ ଋଷ ବହୁତ ପୂର୍ବରୁ ଯୋଜନା କରିଥିଲା । ଏହି ସଫ୍ଟୱେର ବହୁତ ସ୍ଥାନରେ ବିସ୍ତାର ଭାବେ ଇନଷ୍ଟଲ କରାଯାଇଛି ବୋଲି ସାଇବର ଏକ୍ସପର୍ଟ ବିକ୍ରମ ଠାକୁର କହିଛନ୍ତି । ୟୁକ୍ରେନ ଓ ଲାଟିଭିଆର ବିଭିନ୍ନ କମ୍ପ୍ୟୁଟରରେ ଏହାକୁ ଦେଖିବାକୁ ମିଳିଛି । ବାସ୍ତବରେ ଏହା ପଛରେ କାହାର ହାତ ରହିଛି, ସେକଥା କୁହାଯାଇ ପାରିନାହିଁ । କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଋଷ ହିଁ ଏପରି କାଣ୍ଡ ଘଟାଇଥାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି । ପୂର୍ବରୁ ମଧ୍ୟ ଅନେକ ଥର ବିଭିନ୍ନ ଦେଶ ଉପରେ ଋଷ ସାଇବର ଆଟାକ କରିଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ମସ୍କୋ ବାରମ୍ବାର ଖଣ୍ଡନ କରିଛି । ୟୁକ୍ରେନର କମ୍ପ୍ୟୁଟର ଗୁଡ଼ିକରେ ଇନଷ୍ଟଲ ହୋଇଥିବା ସଫ୍ଟୱେର ବିଷୟରେ ସାଇବର ବିଶେଷଜ୍ଞମାନେ ଯାଞ୍ଚ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking