23.1 C
Bhubaneswar
Friday, November 22, 2024
Homeଦେଶ ବିଦେଶପରମାଣୁ ଯୁଦ୍ଧାଭ୍ୟାସ କଲା ରୁଷ୍: ଯୁଦ୍ଧପୋତରୁ ବାଲିଷ୍ଟିକ୍ ଓ କ୍ରୁଜ୍ ମିସାଇଲ୍ ମାଡ଼

ପରମାଣୁ ଯୁଦ୍ଧାଭ୍ୟାସ କଲା ରୁଷ୍: ଯୁଦ୍ଧପୋତରୁ ବାଲିଷ୍ଟିକ୍ ଓ କ୍ରୁଜ୍ ମିସାଇଲ୍ ମାଡ଼

ମସ୍କୋ : ଡର୍ଟି ବୋମା ଓ ଆଣବିକ ଯୁଦ୍ଧ ଆଶଙ୍କା ଭିତରେ, ରୁଷର ପରମାଣୁ ଯୁଦ୍ଧାଭ୍ୟାସ । ଯୁଦ୍ଧପୋତରୁ ଘନଘନ ବାଲିଷ୍ଟିକ୍ ଓ କ୍ରୁଜ୍ ମିସାଇଲ ଉତ୍କ୍ଷେପଣ କରିଛି । ଟାର୍ଗେଟରେ ୟୁକ୍ରେନ ନଥିଲେ ମଧ୍ୟ, ନିଜ ପରମାଣୁ ପରାକ୍ରମ ଦେଖାଉଛି ରୁଷ । ୟୁକ୍ରେନ୍ ସହ ୮ ମାସର ଯୁଦ୍ଧ ଭିତରେ ବାର୍ଷିକ ନ୍ୟୁକ୍ଲିଅର ସମରାଭ୍ୟାସ ଆରମ୍ଭ କରିଛି । ନିଜେ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ କ୍ରେମଲିନରେ ବସି ରୁଷ ନ୍ୟୁକ୍ଲିଅର ଫୋର୍ସର ଯୁଦ୍ଧାଭ୍ୟାସ ନିରକ୍ଷଣ କରିଛନ୍ତି । ଏହି ଆଣବିକ ସମରାଭ୍ୟାସ ଆମେରିକାର ଜାଣତରେ ହୋଇଛି । ନ୍ୟୁ ଷ୍ଟାର୍ଟ ଆର୍ମସ ଚୁକ୍ତି ମୁତାବକ ଆମେରିକାକୁ ରୁଷ ଆଗୁଆ ସୂଚନା ଦେଇଥିଲା ।ଅନ୍ୟ ଦେଶ ପରମାଣୁ ଆକ୍ରମଣ କଲେ କିଭଳି ରୋକାଯାଇ ପାରିବ ସେନେଇ ଅଭ୍ୟାସ କରାଯାଇଥିଲା । ନ୍ୟୁକ୍ଲିଅର ଏକ୍ସରସାଇଜ୍ ସଫଳ ହୋଇଥିବା ପୁଟିନ୍ଙ୍କୁ କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ସର୍ଗେଇ ସୋଇଗୁ । ସେପଟେ ନାଟୋ ବି ପରମାଣୁ ସମରାଭ୍ୟାସ କରିଛି । ତେଣୁ ରୁଷ୍ର ପରମାଣୁ ସମରାଭ୍ୟାସ ପରେ ଆଣବିକ ଯୁଦ୍ଧ ଭୟ ବଢ଼ିଛି । ୟୁକ୍ରେନ ବିରୋଧରେ ଡର୍ଟି ବୋମା ଅଭିଯୋଗ ମଧ୍ୟ ଆଣିଛି ରୁଷିଆ । ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ ପାଇଁ ରୁଷ୍ ଡର୍ଟି ବୋମା ଅଭିଯୋଗର ବାହାନା କରିଥିବା ଚର୍ଚ୍ଚା ହେଉଛି । ଏତିକି ବେଳେ କ୍ରେମଲିନର ନ୍ୟୁକ୍ଲିଅର ଏକ୍ସରସାଇଜ, ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking