28.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ ଉପରେ ଋଷିଆର ଆକ୍ରମଣ ତୀବ୍ର, ବଢ଼ୁଛି ପ୍ରବାସୀ ଭାରତୀୟଙ୍କ ଦୁର୍ଦ୍ଦଶା

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ତୀବ୍ର, ବଢ଼ୁଛି ପ୍ରବାସୀ ଭାରତୀୟଙ୍କ ଦୁର୍ଦ୍ଦଶା

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ବଢ଼ିଛି ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ଦୁର୍ଦ୍ଦଶା । ପ୍ରମୁଖ ସହର କିଭ୍ ଓ ଖାରକିଭ୍‌ରେ ୟୁକ୍ରେନ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରବାସୀ ଭାରତୀୟମାନେ ଏବେ ପଡ଼ୋଶୀ ଦେଶ ରୋମାନିଆ, ହଙ୍ଗେରୀ ଓ ପୋଲାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି । ଯେଉଁମାନେ ପଶ୍ଚିମ ୟୁକ୍ରେନରେ ଥିଲେ ସେମାନେ ସହଜରେ ପଡ଼ୋଶୀ ଦେଶରେ ପହଞ୍ଚି ପାରୁଛନ୍ତି । ହେଲେ ଯେଉଁମାନେ କିଭ୍‌, ଖାରକିଭ୍ ଓ ସୁମି ଭଳି ସହରରେ ରହିଛନ୍ତି ସେମାନେ ୧୨୦୦ରୁ ୧୬୦୦ କିଲୋମିଟର ଦୂର ବୁକାରେଷ୍ଟ, ବୁଦାପେଷ୍ଟ ଯିବାକୁ ପଡୁଛି । ସପ୍ତାହେ ହେଲା ଆକ୍ରମଣ ଜାରି ରହିଥିବାରୁ ୟୁକ୍ରେନରେ ରହୁଥିବା ଭାରତୀୟମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ଘୋର ଖାଦ୍ୟ ସଙ୍କଟର ସାମ୍ନା କରୁଥିବା ସୂଚନା ମିଳିଛି । ଏପ୍ରିଲ ୨୫ ସୁଦ୍ଧା ଫେରିବାକୁ ଯୋଜନା କରିଥିବା ଭାରତୀୟମାନେ ଫ୍ଲାଇଟ୍ ଟିକେଟ୍ କରିବା ସହ ନିଜ ପାଖରେ ରଖିଥିବା ଗଚ୍ଛିତ ଖାଦ୍ୟ ସାରି ଦେଇଥିଲେ । ହେଲେ ହଠାତ୍ ୨୪ ତାରିଖ ରାତିରେ ବିମାନ ବାତିଲ ହୋଇଯିବାରୁ ବିନା ଖାଦ୍ୟରେ ଏୟାରପୋର୍ଟରେ ଅଟକି ରହିଛନ୍ତି ଶତାଧିକ ଭାରତୀୟ । ଯେଉଁ ପ୍ରବାସୀ ଭାରତୀୟମାନେ ରୋମାନିଆ ଓ ହଙ୍ଗେରୀରେ ପହଞ୍ଚିଛନ୍ତି ସେମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହଜାର ହଜାର ଭାରତୀୟ ଆସି ବୁକାରେଷ୍ଟ ଓ ବୁଦାପେଷ୍ଟରେ ବିମାନକୁ ଅପେକ୍ଷା କରିଛନ୍ତି । ଦୀର୍ଘ ସମୟ ଧରି ବିମାନ ବନ୍ଦରରେ ଅପେକ୍ଷା କରିଥିବା ଭାରତୀୟ ଖାଦ୍ୟ ପାଇଁ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking