29.1 C
Bhubaneswar
Monday, June 24, 2024
Homeଦେଶ ବିଦେଶରୁଷ୍ ଓ ୟୁକ୍ରେନ ଯୁଦ୍ଧ : ୨ ଭାରତୀୟ ମୃତ

ରୁଷ୍ ଓ ୟୁକ୍ରେନ ଯୁଦ୍ଧ : ୨ ଭାରତୀୟ ମୃତ

ନୂଆଦିଲ୍ଲୀ : ୟୁରୋପରେ ରୁଷ-ୟୁକ୍ରେନ ଯୁଦ୍ଧ, ସୁଦୂର ଏସିଆରେ ଶାନ୍ତ ଥିବା ସତ୍ତ୍ୱେ ଏକ ମହତ୍ତ୍ବପୂର୍ଣ୍ଣ ମୋଡରେ ରହିଛି । ୟୁକ୍ରେନ ଓ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ବଯୁଦ୍ଧରେ ପରିଣତ ହେବ ବୋଲି ସମସ୍ତଙ୍କର ଆଶଙ୍କା । ଏହାରି ମଧ୍ୟରେ ଭାରତ ପାଇଁ ଏକ ଦୁଃଖଦ ଖବର ଆସିଛି । ଏହି ଯୁଦ୍ଧରେ ଦୁଇଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି । ଏହି ଖବର ରୁଷ୍ ସେନା ପକ୍ଷରୁ ମିଳିଛି । ସେଥିପାଇଁ ରୁଷ୍ ସେନାରେ ଭାରତୀୟ ନାଗରିକଙ୍କୁ ନିଯୁକ୍ତି ନ ଦେବା ସହିତ ସେମାନଙ୍କୁ ଯେଉଁ ଭାରତୀୟ ନାଗରିକ ରୁଷ୍ ସେନାରେ ଅଛନ୍ତି ସେମାନଙ୍କୁ ଭାରତକୁ ପଠାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରତିରକ୍ଷା ଆମଦାନୀ ଠାରୁ ଆରମ୍ଭ କରି ରଣନୀତିକ ଭାଗିଦାରୀ ପର୍ଯ୍ୟନ୍ତ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ବହୁତ ଗଭୀର ଅଟେ । ପ୍ରତିରକ୍ଷା ଉପକରଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଋଷ ଉପରେ ଭାରତର ନିର୍ଭରଶୀଳତା ମହତ୍ତ୍ବପୂର୍ଣ୍ଣ । ସର୍ବପ୍ରଥମେ ଶୀତଳ ଯୁଦ୍ଧ ଯୁଗରୁ ଦ୍ୱିପାକ୍ଷିକ ସମ୍ପର୍କ ଯଥେଷ୍ଟ ବିକାଶ ହୋଇଛି । ଦ୍ୱିତୀୟତଃ ଭାରତର ରଣନୀତିକ ଏବଂ ଅର୍ଥନୈତିକ ସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି । ଯାହାଦ୍ବାରା ଅନେକ ପରିବର୍ତ୍ତନ ଆସିଥିବା ନଜର ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking