19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶବୁଡିଲା ରୁଷର ମସ୍କୋଭା, ଆମେରିକାର ହାତ ଥିବା ସନ୍ଦେହ

ବୁଡିଲା ରୁଷର ମସ୍କୋଭା, ଆମେରିକାର ହାତ ଥିବା ସନ୍ଦେହ

ମସ୍କୋ:ରୁଷ ର ମସ୍କୋଭା ବୁଡିଲା ସମୁଦ୍ର ରେ । ରୁଷ ର ଏହି ଜାହାଜ ବୁଡିବାରେ ୟୁକ୍ରେନକୁ ଆମେରିକା ସାହାଯ୍ୟ କରିଥିବା କଥା କୁହାଯାଉଛି । ରୁଷ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ରେ ଆମେରିକା ୟୁକ୍ରେନ କୁ ଖୋଲା ଖୋଲି ସାହାଯ୍ୟ କରୁଛି । କୁହାଯାଉଛି ସମସ୍ତ ଗୁପ୍ତଚର ତଥ୍ୟ ଆମେରିକା ୟୁକ୍ରେନ କୁ ଦେଉଛି , କିନ୍ତୁ ଏହାକୁ ବିଶ୍ୱ ଆଗରେ ମୁହଁ ଖୋଲି କହୁନାହିଁ କାରଣ ଆମେରିକା ରୁଷିଆର ସିଧାସଳଖ ଟାର୍ଗେଟ କୁ ଆସିଯିବ । ନିକଟ ଅତୀତରେ ୟୁକ୍ରେନ କୁ ୩୩ ବିଲିୟନ ଡଲାର ର ସହାୟତା କରିଛି ଆମେରିକା । ସାମରିକ, ଅର୍ଥନୈତିକ, ଏବଂ ମାନବିକ ସହାୟତା କରୁଛି ଆମେରିକା । ଏପ୍ରିଲ ୧୩ ରେ ୟୁକ୍ରେନ ୨ ଟି କ୍ଷେପଣାସ୍ତ୍ର ଛାଡିଥିଲା ଯାହାକି ସିଧାସଳଖ ମସ୍କୋଭା କୁ ଧକ୍କା ଦେଇଥିଲା । ଆଉ ଏହା କଳା ସାଗରରେ ବୁଡି ଯାଇଥିଲା । ଏଥିରେ ରୁଷ ର ୪୦ ସୈନିକ ଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ସୈନିକ ଆହତ ହୋଇଥିଲେ ।
ଅନେକ ଥର ଏହି ପ୍ରଶ୍ନ ମଧ୍ୟ ଉଠୁଛି ଯେ ରୁଷ ର ମସ୍କୋଭା ମିଶାଇଲ ଡେଷ୍ଟ୍ରୋୟର ସିପ ହୋଇ ଥିବା ବେଳେ ଏହା କାହିଁକି ନିଜକୁ ରକ୍ଷା କରି ପାରିଲା ନାହିଁ । ଏହା ଅନୁମାନ କରାଯାଉଛି କି ଏହି ଜାହାଜ ପୁରୁଣା ହୋଇଥିବାରୁ ଏହାର ରାଡାର ସିଷ୍ଟମ କାମ କରୁ ନାହିଁ । ତେବେ ଏହି ମସ୍କୋଭା ଜାହାଜ ଟି କଳା ସାଗରର ଓଡେଶା ସହର ଠାରୁ ୬୫ ମାଇଲ ଦୂର ସମୁଦ୍ର ରେ ରହିଥିଲା । ମସ୍କୋଭା ସମୁଦ୍ର ରେ ବୁଡିଯିବା ରୁଷ କୁ ବଡ ଝଟକା ଦେଇଛି । ୪୦ ବର୍ଷ ଭିତରେ ସେନାର ଏହା ହେଉଛି ସବୁଠୁ ବଡ କ୍ଷତି । ମସ୍କୋଭାରେ ନିଆଁ ଲାଗିବା ଫଳରେ ଏବଂ ଅସ୍ତ୍ରଶସ୍ତ୍ରାଗାର ର ଗୋଦାମ ରେ ଧମାକା ହେବା ଫଳରେ ଜାହାଜ ବୁଡିଛି ବୋଲି ରୁଷିଆ ଦାବୀ କରିଛି । ତେବେ ଆମେରିକା ଦେଉଛି ୟୁକ୍ରେନ କୁ ସହେଯାଗ । ଖୋଲାଖୋଲି ଭାବେ ୟୁକ୍ରେନ କୁ ସାହାଯ୍ୟ କରୁଛି ଆମେରିକା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking