18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶ୯୩ ବର୍ଷରେ ୫ମ ବିବାହ କଲେ ପ୍ରଖ୍ୟାତ ଗଣମାଧ୍ୟମ ବ୍ୟବସାୟୀ ରୁପର୍ଟ

୯୩ ବର୍ଷରେ ୫ମ ବିବାହ କଲେ ପ୍ରଖ୍ୟାତ ଗଣମାଧ୍ୟମ ବ୍ୟବସାୟୀ ରୁପର୍ଟ

ବ୍ୟୁରୋ : ପ୍ରଖ୍ୟାତ ଗଣମାଧ୍ୟମ ବ୍ୟବସାୟୀ ରୁପର୍ଟ ମର୍ଡୋକ୍‌‌ ୯୩ ବର୍ଷରେ ୫ମ ବିବାହ କରିଛନ୍ତି। ଜୁନ ୧ ତାରିଖରେ ୬୭ ବର୍ଷୀୟା ବାନ୍ଧବୀ ଏଲିନା ଜୁକୋଭାଙ୍କୁ କାଲିଫର୍ନିଆର ବେଲ୍‌‌ ଏୟାରସ୍ଥିତ ଭାଇନୟାର୍ଡ ଇଷ୍ଟେଟରେ ବିବାହ କରିଛନ୍ତି। ଏଲେନା ଜୁକୋଭା ହେଉଛନ୍ତି ଜଣେ ଅବରସପ୍ରାପ୍ତି ବାୟୋଲଜିଷ୍ଟ ତଥା ଜୀବବିଜ୍ଞାନୀ। ଜୁକୋଭା ରୁଷରୁ ଆସି ଆମେରିକାର ବାସିନ୍ଦା ପାଲଟିଛନ୍ତି । ଏପ୍ରିଲ ୨୦୨୩ରେ ପୂର୍ବତନ ପୁଲିସ ଅଧିକାରୀ ତଥା ରେଡିଓ ହୋଷ୍ଟ ଏନ୍‌ ଲସ୍‌ଲିଙ୍କ ସହ ନିର୍ବନ୍ଧ ଭାଙ୍ଗିବା ପରେ ରୁପର୍ଟ ତୁରନ୍ତ ଜୁକୋଭାଙ୍କ ସହ ଡେଟିଂ ଆରମ୍ଭ କରିଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା।

ମର୍ଡୋକ ୨୫ ବର୍ଷ ବୟସରେ ୧୯୫୬ରେ ପ୍ରଥମ ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ପାଟ୍ରିସିଆ ବୁକର। ବୁକର ଜଣେ ଅଷ୍ଟ୍ରେଲୀୟ ବିମାନ ସେବିକା। ୧୯୬୭ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସେହିବର୍ଷ ମର୍ଡୋକ୍‌‌ ସ୍କଟିସ୍‌‌ ସାମ୍ବାଦିକା ଆନ୍ନା ମାରିଆ ଟର୍ଭଙ୍କୁ ୨ୟ ବିବାହ କରିଥିଲେ। ୧୯୯୯ ସେମାନଙ୍କର ବିଚ୍ଛେଦ ହୋଇଥିଲା। ଏହା ପରେ ମର୍ଡୋକ୍‌‌ ୧୯୯୯ରେ ୱେଣ୍ଡି ଡେଙ୍ଗ ୩ୟ ଏବଂ ୨୦୧୬ରେ ପୂର୍ବତନ ମଡେଲ ଜେରି ହାଲଙ୍କୁ ୪ର୍ଥ ବିବାହ କରିଥିଲେ।

ତୃତୀୟ ପତ୍ନୀ ୱେଣ୍ଡି ଡେଙ୍ଗଙ୍କ ଦ୍ୱାରା ଆୟୋଜିତ ଏକ ପାରିବାରିକ ସମାବେଶରେ ମର୍ଡୋକ ଜୁକୋଭାଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ସେ ଏଲେନାଙ୍କ ପ୍ରେମରେ ପଡିଯାଇଥିଲେ। ମର୍ଡୋକ ଓ ଲେସ୍‌ଲି ସ୍ମିଥଙ୍କ ନିର୍ବନ୍ଧ ହେବାର ଦୁଇ ସପ୍ତାହ ପରେ ପରେ ହିଁ ବ୍ରେକ୍‌ଅପ୍‌ ହୋଇ ଯାଇଥିଲା। ଏହାପୂର୍ବରୁ ରୁପର୍ଟ ମୁର୍ଡୋକ ୪ ଥର ବିବାହ କରିସାରିଛନ୍ତି। ୨୦୨୨ରେ ଚତୁର୍ଥ ପତ୍ନୀ ଜେରୀ ହାଲଙ୍କ ଠାରୁ ଅଲଗା ହୋଇଯାଇଥିଲେ ଏହି ମିଡିଆ ଟାଇକୁନ୍‌। ସେ ଅଷ୍ଟ୍ରେଲିଆର ଫ୍ଲାଇଟ୍ ଆଟେଣ୍ଡାଣ୍ଟ ପାଟ୍ରିସିଆ ବୁକର୍, ସ୍କଟଲ୍ୟାଣ୍ଡରେ ଜନ୍ମିତ ସାମ୍ବାଦିକା ଆନ୍ନା ମାନ୍ ଏବଂ ଚାଇନାର ବ୍ୟବସାୟୀ ୱେଣ୍ଡି ଡେଙ୍ଗଙ୍କୁ ବିବାହ କରିଥିଲେ। ୧୪ ବର୍ଷର ସମ୍ପର୍କ ପରେ ୨୦୧୩ରେ ସେ ତାଙ୍କ ତୃତୀୟ ପତ୍ନୀ ଓ୍ୱେଣ୍ଡିଂ ଠାରୁ ଅଲଗା ହୋଇଥିଲେ। ରୁପର୍ଟଙ୍କ ମୋଟ ୬ଟି ପିଲା ଅଛନ୍ତି। ସେହିପରି ଜୁକୋଭାଙ୍କ ମଧ୍ୟ ଜଣେ ୪୨ ବର୍ଷୀୟ ଝିଅ ଅଛି। ଜୁକୋଭା ପୂର୍ବରୁ ରୁଷର ପ୍ରିମିୟର ଲିଗ୍‌ ଫୁଟବଲ୍‌ କ୍ଲବ ଚେଲ୍ସିର ପୂର୍ବତନ ମାଲିକ ରୋମନ ଅବ୍ରାମୋବିଚଙ୍କୁ ବିବାହ କରିଥିଲେ। ତେବେ ରୁପର୍ଟଙ୍କ ସହ ନିର୍ବନ୍ଧ କରିବାର ୫ ମାସ ପୂର୍ବେ ସେ ତାଙ୍କୁ ଛାଡପତ୍ର ଦେଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking