ନୂଆଦିଲ୍ଲୀ : ମଙ୍ଗଳବାର ପରି ବୁଧବାର ମଧ୍ୟ ଅନ୍ତର୍ଜାତୀୟ ସେୟାର ବଜାରରେ ଟଙ୍କାର ମୂଲ୍ୟ ହ୍ରାସ ହୋଇଛି । ତେବେ ବୁଧବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଐତିହାସିକ ହ୍ରାସ ଘଟିଛି । ପ୍ରଥମ ଥର ପାଇଁ ଏକ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୩ ଟଙ୍କା ପାର ହୋଇଛି । ମାର୍କେଟ୍ ବନ୍ଦ ହେବା ବେଳକୁ ୧ଡଲାରର ମୂଲ୍ୟ ୮୩.୦୩ଟଙ୍କାରେ ଶେଷ ହୋଇଛି । ଆମେରିକାର ବଣ୍ଡ ହାର ବୃଦ୍ଧି ପରେ ଟଙ୍କାର ଏହି ଐତିହାସିକ ମୂଲ୍ୟ ହ୍ରାସ ହୋଇଛି । ଯଦି ଆର୍ବିଆଇ ଏଥିରେ ହସ୍ତକ୍ଷେପ ନ କରେ ତେବେ ଟଙ୍କା ହ୍ରାସ ହେବାର ଧାରା ଜାରି ରହିପାରେ ବିଶେଷଜ୍ଞଙ୍କ ମତ ରହିଛି । ଆଉ ଏହି ହ୍ରାସ ମାର୍ଚ୍ଚ ୨୦୨୩ ସୁଦ୍ଧା ୮୫ଟଙ୍କାକୁ ଛୁଇଁ ପାଇରେ ଅନୁମାନ କରାଯାଉଛି । ସ୍ତରକୁ ଆସିପାରେ । ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ଭାରତର ବୈଦେଶିକ ମୁଦ୍ରା ପାଣ୍ଠିରେ ହ୍ରାସ ଘଟିଛି ।
ଏକବର୍ଷ ପୂର୍ବେ ଦେଶର ବୈଦେଶିକ ଭଣ୍ଡାର ୬୪୨ ବିଲିୟନ ଡ଼ଲାରର ଥିବା ବେଳେ ବର୍ତ୍ତମାନ ଏହା ୫୩୮ ବିଲିୟନ ଡ଼ଲାରକୁ ଖସି ଆସିଛି । ଅର୍ଥାତ୍ ବୈଦେଶିକ ମୁଦ୍ରା ପାଣ୍ଠି ପଖାପାଖି ୧୦୦ ବିଲିୟନ ଡଲାର ହ୍ରାସ ଘଟିଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହୋଇଥିବାରୁ ଏହା ଦେଶର ଅର୍ଥନୀତି ଉପରେ ବଡ ପ୍ରଭାବ ପକାଇବ । ଟଙ୍କା ଦୁର୍ବଳ ହେବା ଯୋଗୁଁ ଆମଦାନୀ ମହଙ୍ଗା ହେବ । ଫଳରେ ବିଭିନ୍ନ ଆମଦାନୀ ସାମଗ୍ରୀର ମୂଲ୍ୟ ବଢିବ । ଏସବୁ ସାମଗ୍ରୀ ମଧ୍ୟରେ ସବୁଠାରୁ ଅଧିକା ପ୍ରଭାବ ପକାଇବା ତୈଳ ବଜାରରେ । ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତେଲ ଆମଦାନୀ କରୁଥାଏ ଓ ଏଥିପାଇଁ ଡଲାରରେ ପେମେଣ୍ଟ କରାଯାଏ । ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ୍ ମୂଲ୍ୟ ମହଙ୍ଗା ହେବ । ତୈଳ ବୃଦ୍ଧି କାରଣରୁ ବଜାର ଆହୁରି ମହଙ୍ଗା ହେବ । ସେହିପରି ମୋବାଇଲ ଫୋନ ଉପକରଣ, ଏଲଇଡି ଟିଭି ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ବିଦେଶରୁ ଭାରତ ଆମଦାନୀ କରୁଥିବାରୁ ଏସବୁର ଦାମ୍ ଆହୁରି ବଢିବ ।