ଭୁବନେଶ୍ୱର: ବିଧାନସଭାରେ ନବଦାସଙ୍କ ହତ୍ୟାର ଗୁମର ଖୋଲିବ । ହତ୍ୟାକାଣ୍ଡର ଗୁମର ଖୋଲିବ ବୋଲି କହିଛନ୍ତି ଜୟନାରାୟଶ ମିଶ୍ର । ଷଡଯନ୍ତ୍ରକାରୀ ମାନେ ମୋ ବିରୁଦ୍ଦରେ ଯେଉଁ ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି ତହା ପର୍ଦ୍ଦାଫାସ ହେବ । ମତେ ମ୍ୟାନେଜ ନକରିପାରିବାରୁ ଏହି ଷଡଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ଜୟନାରାୟଣ । ଅନେକ ରହସ୍ୟ ରହିଛି ମୁଦାଲାଙ୍କୁ ଖସାଇବାକୁ ପୋଲିସ ପ୍ରାଣପଣେ ଉଦ୍ୟମ କରୁଛି ସେ କହିଛନ୍ତି । ମୁ ନବଦାସ ହତ୍ୟାକାଣ୍ଡର ଗୁମର ଖୋଲୁଛି ବୋଲି ମତେ ପରୋକ୍ଷରେ ସେମାନେ ଭୟଭୀତ କରାଉଛନ୍ତି । ମୋ ବିରୋଧରେ ଅଭିଯୋଗର ଆଲୋଚନା ଚାହୁଁଥିଲେ ମୁଁ ସେଥିପାଇଁ ପ୍ରସ୍ତୃତ ଅଛି ମୋ ବାସଭବନ ସମ୍ମୁଖରେ ବିକ୍ଷୋଭ ପଦର୍ଷନ କଲେ କିଛି ଲାଭ ହେବନି ବୋଲି ସେ ପ୍ରକାଶ କରିଛନ୍ତି ।