26.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶତୁର୍କୀର ରୁମୈସା ବିଶ୍ୱର ସବୁଠାରୁ ଡେଙ୍ଗା ମହିଳା

ତୁର୍କୀର ରୁମୈସା ବିଶ୍ୱର ସବୁଠାରୁ ଡେଙ୍ଗା ମହିଳା

ଲଣ୍ଡନ: ତୁର୍କୀର ରୁମୈସା ଗେଲ୍‌ଗି ବିଶ୍ୱର ସବୁଠାରୁ ଡେଙ୍ଗା ମହିଳାଭାବେ ମାନ୍ୟତାଲାଭ କରିଛନ୍ତି । ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଥିବା ରୁମୈସାଙ୍କ ଉଚ୍ଚତା ୭ ଫୁଟ୍ ୭ ଇଞ୍ଚ । ରୁମୈସା ଏଥିସହିତ ଆଉ ତିନିଟି ରେକର୍ଡର ଅଧିକାରୀ ହୋଇଥିବା ଜଣାପଡିଛି । ଏଗୁଡିକ ମଧ୍ୟରେ ଜଣେ ମହିଳାଭାବେ ତାଙ୍କର ସବୁଠୁ ଲମ୍ବା ଆଙ୍ଗୁଳି (୧୧.୨ ସେଣ୍ଟିମିଟର), ସବୁଠ ଲମ୍ବା ହାତ (୨୪.୯୩ ସେଣ୍ଟିମିଟର) ଏବଂ ସବୁଠୁ ଲମ୍ବା ପିଠି (୫୯.୯୦ ସେଣ୍ଟିମିଟର) ରହିଛି ।

୧୯୯୭ ଜାନୁଆରୀ ପହିଲାରେ ଜନ୍ମଗ୍ରହଣ କରିଥିବା ରୁମୈସା ପେସାରେ ଜଣେ ଆଇନଜୀବୀ । ୨୦୨୧ ଅକ୍ଟୋବରରେ ସେ ବିଶ୍ୱର ସବୁଠୁ ଡେଙ୍ଗା ମହିଳାଭାବେ ମାନ୍ୟତାଲାଭ କରିଥିଲେ ।  ଅତ୍ୟଧିକ ଉଚ୍ଚତା ଏବଂ ଶୈଶବରେ ହୋଇଥିବା ରୋଗ କାରଣରୁ ସେ ଅଳ୍ପ ସମୟ ଚାଲବୁଲ କରୁଥିବାବେଳେ ଅନ୍ୟ ସମୟରେ ହ୍ୱିଲଚେୟାରରେ ବସିବାକୁ ବାଧ୍ୟ ହୋଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking