30.1 C
Bhubaneswar
Tuesday, November 5, 2024
Homeଓଡିଶାଆର୍‌ଟିଓ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ

ଆର୍‌ଟିଓ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟର ଆରଟିଓ ଅଧିକାରୀଙ୍କ ସ୍ତରରେ ଏକ ବଡଧରଣର ଅଦଳବଦଳ କରାଯାଇଛି । ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ପରିବହନ ଯୁଗ୍ମ କମିଶନର ବିଜୟ କୁମାର ନାୟକ( ସଡକ ସୁରକ୍ଷା)ଙ୍କୁ ଅତିରିକ୍ତ କମିଶନର ପରିବହନ(ବୈଷୟିକ)ଭାବେ ପଦୋନ୍ନତି ଦିଆଯାଇଛି । ସେହିପରି ବ୍ରହ୍ମପୁର(ସାଉଥ ଜୋନ) ଡେପୁଟି କମିଶନର ଟ୍ରାନ୍ସପୋର୍ଟ ଲାଲ ମୋହନ ସେଠୀଙ୍କୁ ଯୁଗ୍ମ କମିଶନର(ଟ୍ୟାକ୍ସେସନ)ପାହ୍ୟାକୁ ପଦୋନ୍ନତି ମିଳିଛି । ସେଌକ୍ଷଗ୍ଧ;୍ରାଲ ଜୋନର ଡେପୁଟି କମିଶନର ଟ୍ରାନ୍ସପୋର୍ଟ ସଞ୍ଜୟ କୁମାର ବିଶ୍ୱାଳଙ୍କୁ କଟକ ଏସ୍‌ଟିଏ ଯୁଗ୍ମ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ସେ ଉଭୟ ପଦବୀରେ କାର୍ଯ୍ୟ କରିବେ । ଭୂବନେଶ୍ୱର ଆର୍‌ଟିଓ-୧ର ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ଡେପୁଟି କମିଶନର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଶ୍ରୀ ମହାନ୍ତି ବ୍ରହ୍ମପୁର (ସାଉଥ ଜୋନ)ର ଡେପୁଟି କମିଶନର ଟ୍ରାନ୍ସପୋର୍ଟ(ବୈଷୟିକ) ଭାବେ କାର୍ଯ୍ୟ କରିବେ । ସେହିପରି ଶ୍ରୀ ମହାନ୍ତିଙ୍କ ସ୍ଥାନରେ ଭୂବନେଶ୍ୱର ଆର୍‌ଟିଓ-୧କୁ ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୌଧୂରୀଙ୍କୁ ଅବସ୍ଥାପିତ କରାଯାଇଛି । ଅତିରିକ୍ତ ଆରଟିଓ ଏସ୍ ମାଝୀଙ୍କୁ ବରଗଡ ଆର୍‌ଟିଓ ଭାବେ ପଦୋନ୍ନତି ମିଳିଛି । ଦେବଗଡ ଆଇଏମ୍‌ଭି ପ୍ରଶାନ୍ତ କୁମାର ପରିଡାଙ୍କୁ ନୟାଗଡ ଆର୍‌ଟିଓ ଦାୟିତ୍ୱ ଦିଆଯାଇଛି । ବରଗଡ ଆର୍‌ଟିଓ ମାନସ ରଞ୍ଜନ ସାହୁଙ୍କୁ ଗଞ୍ଜାମ ଆର୍‌ଟିଓକୁ ବଦଳି କରାଯାଇଛି । ନୟାଗଡ ଆର୍‌ଟିଓ ସମ୍ବିତ କୁମାରଙ୍କୁ ଚଣ୍ଡିଖୋଲ ଆର୍‌ଟିଓ, କେଶବ ଚନ୍ଦ୍ର ନାୟକଙ୍କୁ ଦେବଗଡ ଆର୍‌ଟିଓ ଏବଂ ଗଜପତି ଆଇଏମ୍‌ଭି ତୁଷାର ହେମ୍ବ୍ରମଙ୍କୁ ନିଜ ଦାୟିତ୍ୱ ସହ ଅତିରିକ୍ତ ଭାବେ ଆର୍‌ଟିଓ ଦାୟିତ୍ୱରେ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking