27.1 C
Bhubaneswar
Monday, November 25, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ଡାକ୍ତରୀ ଛାତ୍ରୀ, ସରକାରଙ୍କୁ ଅନୁରୋଧ କରିଛନ୍ତି ବାପା-ମାଆ

ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ଡାକ୍ତରୀ ଛାତ୍ରୀ, ସରକାରଙ୍କୁ ଅନୁରୋଧ କରିଛନ୍ତି ବାପା-ମାଆ

ରାଉରକେଲା: ୟୁକ୍ରେନ୍ ଉପରେ ଆକ୍ରମଣ କରିଦେଇଛି ଋଷ । ଦୁଇ ଦେଶ ମଧ୍ୟରେ ସାଇବର ଆକ୍ରମଣ ଉପରେ ସମସ୍ତଙ୍କ ନଜର ରହିଛି । ଋଷ ମଧ୍ୟ ୟୁକ୍ରେନ୍ ସରକାରୀ ୱେବ୍‌ସାଇଟ୍‌କୁ ଟାର୍ଗେଟ୍ କରିବା ଆରମ୍ଭ କରିଛି । ଏହା ସହିତ ଋଷ ମଧ୍ୟ ୟୁକ୍ରେନର ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି । ଏହି ସମୟରେ, ୟୁକ୍ରେନରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ଫସିଛନ୍ତି । ୟୁକ୍ରେନ୍‌ରେ ମଧ୍ୟ ଫସି ରହିଛନ୍ତି ଓଡିଆ ଛାତ୍ରୀ । ସେ ରାଉରକେଲାର ଝିଅ । ରାଉରକେଲା ଜଗଦା ଅଞ୍ଚଳର ସୂର୍ଯ୍ୟ ଟାୱାର ଆପାର୍ଟମେଣ୍ଟରେ ରହୁଥିବା ଚନ୍ଦ୍ରଶେଖର ପତିଙ୍କ ଝିଅ ସ୍ମୃତି ଶ୍ରୀ ପତି ମେଡିକାଲ ପଢ଼ିବା ପାଇଁ ୟୁକ୍ରେନରେ ରହୁଛନ୍ତି । ଋଷ ଏବଂ ୟୁକ୍ରେନର ଯୁଦ୍ଧ ଯୋଗୁଁ ଏବେ ଭୟଭୀତ ଅବସ୍ଥାରେ ସ୍ମୃତିଙ୍କ ପିତା ଚନ୍ଦ୍ରଶେଖର ଓ ମାଆ ରଞ୍ଜିତା । ବାରମ୍ବାର କଲ କରି ନିଜ ଝିଅର ଭଲମନ୍ଦ ବୁଝିବା ସହ ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ଉପଦେଶ ଦେଉଛନ୍ତି । ଗଣମାଧ୍ୟମରେ ୟୁକ୍ରେନ ଉପରେ ଋଷର ବୋମାମାଡ ଏବଂ ଯୁଦ୍ଧର ଭୟାବହତା ସମ୍ପର୍କରେ ମିଳୁଥିବା ଖବର ମନ ଭିତରେ ଦ୍ୱନ୍ଦ ସୃଷ୍ଟି କରୁଥିବା ବେଳେ ଝିଅ ସହ କଥାବାର୍ତ୍ତା କରି ମନ ବୁଝାଇ ଦେଉଛନ୍ତି । ୟୁକ୍ରେନ୍‌ରେ ମେଡିକାଲ ପାଠ ପଢୁଥିବା ବେଳେ ଏଭଳି ଯୁଦ୍ଧ ସମୟରେ ସରକାର ସେମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ଗଣମାଧ୍ୟମରେ ଅନୁରୋଧ କରିଛନ୍ତି ତାଙ୍କ ବାପା-ମାଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking