18.1 C
Bhubaneswar
Saturday, November 23, 2024
Homeଓଡିଶାସୁପର ସ୍ପେଶାଲିଟି ହସ୍ପିଟାଲର ରୂପରେଖ ସ୍ପଷ୍ଟ ହେଉ : କଂଗ୍ରେସ

ସୁପର ସ୍ପେଶାଲିଟି ହସ୍ପିଟାଲର ରୂପରେଖ ସ୍ପଷ୍ଟ ହେଉ : କଂଗ୍ରେସ

ରାଉରକେଲା: ରାଉରକେଲା ଜିଲା କଂଗ୍ରେସ ପକ୍ଷରୁ ଆମବାଗାନ ଛକ ସ୍ଥିତ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରତିମୂର୍ତି ନିକଟରେ ଶୁକ୍ରବାର ସକାଳ ୧୦ରୁ ଅପରାହ୍ନ ୧ଟା ଯାଏ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରାଉରକେଲା ଜିଲା କଂଗ୍ରେସ ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଆୟୋଜନ ହୋଇଥିଲା । ସେ କହିଥିଲେଯେ, ଆଇଜିଏଚରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉଦଘାଟନ ହେବାକୁ ଥିବା ସୁପରସ୍ପେଶାଲିଟି ହସ୍ପିଟାଲ ରୂପରେଖ କ’ଣ ହେବ, ହସ୍ପିଟାଲ ବର୍ତମାନ ଅଧୁରା ରହିଛି, ତରବରିଆ ଭାବରେ ଏହାକୁ କ’ଣ ପାଇଁ ଏହାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟନ କରିବା ଫଳରେ ତାଙ୍କର ମର୍ଯ୍ୟାଦା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ଶ୍ରୀ ତିର୍କୀ ଅଭିଯୋଗ କରିଥିଲେ । ଏହି ହସ୍ପିଟାଲକୁ ଏମ୍ସ କରିବା ଲାଗି ଦାବି ରହିଛି ବୋଲି ସେ ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମତାମତ ରହିବା ଦରକାର ବୋଲି ଶ୍ରୀ ତିର୍କୀ କହିଥିଲେ । ରାଉରକେଲା ବିଧାୟକ ଏହି ବିଷୟକୁ ସ୍ପଷ୍ଟ ନକରିବା ସହ ଏମସ ପାଇଁ ଦାବି କରୁଛନ୍ତି ।

ସୁନ୍ଦରଗଡ଼ରେ ଏନଟିପିସି ପକ୍ଷରୁ କରାଯାଇଥିବା ବିଲଂଡ଼ିରେ ଏମସ କରିବାକୁ ଯୋଜନା କରାଯାଉଛି, ଯାହା ଫଳରେ ସୁନ୍ଦରଗଡ଼ ଜିଲାର  ପକ୍ଷପାତିତା ହେଉଛି ବୋଲି ତିର୍କୀ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ସମ୍ବନ୍ଧରେ ଦୃଷ୍ଟିଦେବା ଆବଶ୍ୟକ । ଏଭଳି ଶସ୍ତା ରାଜନିତୀ ଠିକ ନୁହେଁ  ବୋଲି ର୍ତିକୀ ପ୍ରକାଶ କରିଥିଲେ । ଆଜି ଏହି ଅବସରରେ ପୂର୍ବତନ ଜିଲା ସଭାପତି ବୀରେନ ସେନାପତି, ରଘୁନାଥପାଲୀ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ, ବୀରମିତ୍ରପୁର କଂଗ୍ରେସ ନେତା ରୋହିତ ଯୋଶେଫ ତିର୍କୀ, ରାମାନନ୍ଦ ଶ୍ରୀଚନ୍ଦନ, ଦେବବ୍ରତ ବିହାରୀ, ଗଣେଶ ପ୍ରଧାନ, ପ୍ରଭାତୀ ମିଶ୍ର, ମହିଳା ସଭାନେତ୍ରୀ ଲତା ନାୟକ, ନିରୁପମା ବଳିୟାର ସିଂ,  ବରିୟମ ସିଂ, ସବୀର ହୁସେନ, ଗଣେଶ ପ୍ରଧାନ ନିଜ ନିଜର ମତ ରଖିଥିଲେ । ଏହି ଧାରଣାରେ ଓବିସି ଅଧ୍ୟକ୍ଷ କୈଳାଶ ସାହୁ, ଇନଟକ ଅଧ୍ୟକ୍ଷ ନିହାର ଦାସଙ୍କ ସମେତ ଦୁଶା ନାୟକ, ରଘୁନାଥ ଦାସ, ସୁନୀଲ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking