ରାଉରକେଲା : ଦକ୍ଷିଣ ରାଉରକେଲା ଅବସରପ୍ରାପ୍ତ ସେଲ କର୍ମଚାରୀ ସଂଘର ୩୬ତମ ବୈଠକ ଲୋକନାଥ ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଳିଙ୍ଗ କ୍ଲବ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକ ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଗୌରାଙ୍ଗ ଦାଶ ସମସ୍ତଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଗତ ସପ୍ତାହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସାରନଗରୀ ଗସ୍ତ ଅବସରରେ ଦକ୍ଷିଣ ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଦିଲ୍ଲୀପ କୁମାର ନାୟକ, ସାଧାରଣ ସମ୍ପାଦକ ଗୌରାଙ୍ଗ ଦାଶ, ମୂରଲୀ ଗୌଡ଼ ପ୍ରମୁଖ ଶ୍ରୀ ଓରାମଙ୍କୁ ସାକ୍ଷାତ କରି ସଂଘର ଅଫିସ ଗୃହ ପାଇଁ ଏକ ଆରଏସପି କ୍ୱାର୍ଟର ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ଏହା ସହ ଆରଏସପି ସିଇଓଙ୍କୁ ଅଫିସ ଗୃହ ପାଇଁ ଏକ ଦରଖାସ୍ତ ପ୍ରଦାନ କରାଯାଇଥିଲା । ସାରନଗରୀରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଯେପରି ଗଂଜୁ ମାର୍କେଟରେ ନର୍ଦ୍ଦମା ପାଣି ପ୍ରବାହିତ ଯୋଗୁ ଦୂଷିତମୟ ପରିବେଶ, ବିଭିନ୍ନ ଜାଗାରେ ଷ୍ଟ୍ରିଟ ଲାଇଟ ଲଗାଇବାକୁ ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆସନ୍ତା ୩ ବର୍ଷ ପାଇଁ କର୍ମକର୍ତା ଚୟନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିରେ ଏନ. ଦାସ, ଆର.ବି ଧଳ, ବି.କେ. ଡୋରା, ଏଲ.ଏନ ଦାସ, ସି.ଏମ. ନାୟକ, ବି.ସି. ନାୟକ, ସି. ଗୌରାଙ୍ଗ ପାତ୍ର, କନ୍ଧ ମୁଣ୍ଡା, ପ୍ରକାଶ ସାମନ୍ତରାୟ, ଗଣେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଚାନ୍ଦମଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।