ନୂଆଦିଲ୍ଲୀ: ପର୍ତ୍ତୁଗାଲ୍ର ଷ୍ଟାର୍ ଫୁଟ୍ବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର କ୍ରୋଏସିଆ ବିପକ୍ଷ ମ୍ୟାଚ୍ରେ ନିଜ କ୍ୟାରିୟର୍ର ୯୦୦ତମ ଗୋଲ୍ ସ୍କୋର୍ କରିଛନ୍ତି । ଏପରି କରିବାରେ ସେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି । ଏସ୍ତୋନିଆର ଦା ଲୁଜ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ନେସନ୍ସ ଲିଗ୍ ଟୁର୍ଣ୍ଣାମେଣ୍ଟର ଏହି ମ୍ୟାଚ୍ରେ ପର୍ତ୍ତୁଗାଲ୍ ୨-୧ ଗୋଲ୍ରେ କ୍ରୋଏସିଆକୁ ହରାଇ ଦେଇଛି । ରୋନାଲ୍ଡ ମ୍ୟାଚ୍ର ୩୪ତମ ମିନିଟ୍ରେ ଗୋଲ୍ କରି ଏହି ଉପଲବ୍ଧି ହାସଲ କରିଛିନ୍ତି । ନୁନୋ ମେଣ୍ଡେସ୍ଙ୍କ କ୍ରସ୍ରେ ଗୋଲ୍କରି ରୋନାଲ୍ଡା ପେସାଦାର ପୁଟ୍ବଲ୍ରେ ଇତିହାସ ରଚିଛନ୍ତି । ରୋନାଲ୍ଡୋଙ୍କ କ୍ୟାରିୟର୍ ୨୦୦୨ରେ ହୋଇଥିଲା । ଏହା ପର୍ତ୍ତୁଗାଲ୍ ପକ୍ଷରୁ ତାଙ୍କର ୧୩୧ତମ ଗୋଲ୍ । ୯୦୦ରୁ ଅଧା ଗୋଲ୍ ସେ ରିୟଲ୍ ମାଦ୍ରିଦ୍ ପକ୍ଷରୁ କରିଛନ୍ତି । ଏହା ବ୍ୟତୀତ ମାଞ୍ଚେଷ୍ଟର ୟୁନାଇଟେଡ୍, ଜୁଭେଣ୍ଟସ୍ ଏବଂ ବର୍ତ୍ତମାନର କ୍ଲବ୍ ଅଲ୍ ନାସେର୍ ପାଇଁ ଅନ୍ୟ ଗୋଲ୍ଗୁଡ଼ିକ କରିଛନ୍ତି ।









