ମୁମ୍ବାଇ: ଚଳିତ ଆଇପିଏଲ୍ରେ ଦୁର୍ବଳ ଫର୍ମ ଦେଇ ଗତି କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ଓପନର୍ ରୋହିତ ଶର୍ମା ଶୁକ୍ରବାର ୨୯ ରନ୍ କରିବା ଅବସରରେ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ଗୁଜରାଟ ଟାଇଟାନ୍ସ ବିପକ୍ଷ ଏହି ଇନିଂସରେ ୩ଟି ଚୌକା ଓ ୨ଟି ଛକା ଲଗାଇଥିବା ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ରୋହିତ ଆଇପିଏଲ୍ରେ ସର୍ବାଧିକ ଛକା ସୂଚୀରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଅଦ୍ୟାବଧି ଆଇପିଏଲ୍ରେ ୨୫୨ଟି ଛକା ଲଗାଇବା ସହ ଏବି ଡିଭିଲିଅର୍ସଙ୍କୁ ଅତିକ୍ରମ କରିଛନ୍ତି ।
ଡିଭିଲିୟର୍ସ ୨୫୧ଟି ଛକା ଲଗାଇଥିବା ବେଳେ ୩୫୭ଟି ଛକା ସହ କ୍ରିସ୍ ଗେଲ୍ ଶୀର୍ଷରେ ରହିଛନ୍ତି । ଗେଲ୍ ମାତ୍ର ୧୪୨ଟି ମ୍ୟାଚ୍ରେ ଏହି ସଂଖ୍ୟକ ଛକା ଲଗାଇଥିବା ବେଳେ ରୋହିତ ୨୩୯ଟି ଇନିଂସ ନେଇଛନ୍ତି । ସେହିପରି ଡିଭିଲିଅର୍ସ ୧୮୪ଟି ମ୍ୟାଚ୍ ନେଇଥିବା ବେଳେ ଚତୁର୍ଥ ସ୍ଥାନରେ ଥିବା ମହେନ୍ଦ୍ର ସିଂହ ଧୋନି ୨୪୫ଟି ମ୍ୟାଚ୍ରେ ୨୩୯ଟି ଏବଂ ବିରାଟ କୋହଲି ୨୩୪ଟି ମ୍ୟାଚ୍ରେ ୨୨୯ଟି ଛକା ଲଗାଇ ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି ।