19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶରୋବୋଟିକ୍ କାରରେ ପିଜ୍ଜା ଡେଲିଭରି

ରୋବୋଟିକ୍ କାରରେ ପିଜ୍ଜା ଡେଲିଭରି

ଭୁବନେଶ୍ୱର: ଆପଣମାନେ ଜାଣିଛନ୍ତି କି ଡମିନଜ ପିଜ୍ଜା ଏବେ ନିକଟ ଅତୀତରେ ତାର ସମସ୍ତ ଖାଦ୍ୟ ଡେଲିଭରି କାରରେ କରିବା ଆରମ୍ଭ କରିଛି । ତେବେ ସେତିରେ କୌଣସି ଡ୍ରାଇଭର ନଥାନ୍ତି । ସେ ହେଉଛି ରୋବୋଟିକ ଅଟୋମେଟିକ କାର୍ । ଯେତେବେଳେ ଆପଣ ଡୋମିନଜ ପିଜ୍ଜା ନା ଶୁଣନ୍ତି ଆପଣଙ୍କ ମାଇଣ୍ଡକୁ କଣ ଆସେ । ପିଜ୍ଜା, ଚିଜ୍‌, ବରଗର, କୋଲଡ୍ରିଙ୍କସ ଇତ୍ୟାଦି ।  ଏହାକୁ ଡୋମିନଜର ଟପ ବୋଲି ସମସ୍ତେ କୁହନ୍ତି । ହେଲେ ଏହି ସ୍ମାର୍ଟ କମ୍ପାନୀ ଭଲ ଭାବରେ ଜାଣିଚି ଯେ, ସମୟ ହିସାବରେ ଯଦି ସେ କିଛି ଇନୋଭେଟିଭ ଏବଂ ନୂଆ ନ କରିବ ତେବେ ଦିନେ ନା ଦିନେ ଏହି କମ୍ପାନୀ ବୁଡିଯିବ ।  ଆଉ ତାର ଅବସ୍ଥା ନୋକିଆ ଭଳି ହୋଇଯିବ ।  ଦେଖିବାକୁ ଗଲେ ପରିବର୍ତ୍ତନ ହେଉଚି ସବୁଠୁ ଗୁରୁତ୍ୱପୂର୍ଣ୍ଣ ।  ଏଥିପାଇଁ ଡୋମିନଜ ଏକ ନୂଆ ଇନୋଭେସନ ଆଣିଛି ।  ବର୍ତମାନ ଏକ ଟେଷ୍ଟିଂ ଜାରି ରହିଚି, ତାହା ହେଲା ସେଲ୍ଫ ଡ୍ରାଇଭିଂ କାର୍ ଦ୍ୱାରା ପିଜ୍ଜା ଡେଲିଭର କରାଯାଉଛି ।   ଏଥିରେ କୌଣସି ଡ୍ରାଇଭର ନାହାନ୍ତି । ସଂପୂର୍ଣ୍ଣ ଭାବରେ ଏହା ଅଟୋମେଟିକ ।  ଆପଣ ଅର୍ଡର ଦେବା ପରେ ଏଥିରେ ପିଜ୍ଜା ଆସିବ । ପରେ ଆପଣଙ୍କ ଲୋକେସନରେ ଏହା ରହିଯିବ ।  ଏହାପରେ ଆପଣଙ୍କ ପୋନକୁ ଏକ ଓଟିପି ଆସିବ । ତାହାକୁ ଦେବା ପରେ ଆପଣଙ୍କ ପିଜ୍ଜା ବାହାରକୁ ଆସିବ ।  ପରେ ଆପଣ ତାକୁ ନେଇପାରିବେ ।  ରୋବଟ କାର୍ ନିଜ କ୍ୟାମେରା, ସେନ୍ସର, ରେଡାର ସିଷ୍ଟମ ଇତ୍ୟାଦି ଦ୍ୱାରା ସେ ସବୁ କିଛି କରିପାରିବ । ଅଟୋମେଟିକାଲି ସେ ଆପଣଙ୍କ ଘର ପାଖରେ ପହଂଚିଯିବ ।  ଏହାକୁ ବାଦ୍ ଦେଲେ ଟ୍ରାକିଂ ସିଷ୍ଟମ ବି ରହିବ ।  କାର୍ କେଉଁଠି ଅଛି ତାହା ମଧ୍ୟ ଆପଣ ନିଜ ଫୋନରେ ଦେଖିପାରିବେ ।  ପରେ ଲୋକେସନରେ ଆସି କାର୍ ପହଂଚିଯିବ । ଆପଣ ପିନ୍ ଦେଇ ପିଜ୍ଜା ନେବେ ।  ପିନ୍ ଦେବା ମାତ୍ରେ ତାର ଡୋର୍ ଆପେ ଆପେ ଖୋଲିଯିବ ।  ଏଥିପାଇଁ ଡୋମିନୋଜ ନ୍ୟୁରୋ ନାମକ ଏକ କମ୍ପାନୀ ସହିତ ହାତ ମିଶାଇଛି ।  ଯାହାର ଫାଉଣ୍ଡର ଜିଆଜୁନ ଜୁ  ଯିଏ ପୂର୍ବରୁ ଗୁଗୁଲରେ ପ୍ରିନ୍ସପାଲ ସଫ୍ଟ ୱେୟାର ଇଂଜିନିୟର ଥିଲେ ।  କହିରଖୁଛୁ ଏହି ରୋବଟିକ କାର, ଯିଏ ଡୋମିନଜ ପିଜ୍ଜା ଡେଲିଭର କରୁଛି, ଯିଏ ୟୁଏସଏ ରେ ପ୍ରଥମ ଡ୍ରାଇଭରଲେସ ଭେଇକିଲ ଯାହାକୁ ରେଗୁଲେଟ୍ରି ଆପ୍ରୁଭାଲ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking