27.1 C
Bhubaneswar
Monday, September 30, 2024
Homeଓଡିଶାଫାଙ୍କା ଗୁଳି ଫୁଟାଇ ଡକାୟତି, ୩ଲକ୍ଷ ଲୁଟିନେଲେ ଲୁଟେରା !

ଫାଙ୍କା ଗୁଳି ଫୁଟାଇ ଡକାୟତି, ୩ଲକ୍ଷ ଲୁଟିନେଲେ ଲୁଟେରା !

ସୋର: ରାଜ୍ୟ ତଥା ଦେଶରେ ଅନେକ ଡ଼କାୟତି ହେଉଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲା ସୋର ଠାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଲୁଟେରାମାନେ ଫାଙ୍କା ଗୁଳି ଫୁଟାଇ ୩ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସୋର ଅନନ୍ତପୁର ଫାଣ୍ଡି ଅଢଇବାଙ୍କ ନିକଟରେ ଏକ ବ୍ୟାଙ୍କ ମ୍ୟାନେଜରଙ୍କୁ ଅଟକ ରଖାଯାଇଥିଲା । ସେଠାରେ ଲୁଟେରାମାନେ ବ୍ୟାଙ୍କ ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ । ଏପରି ହେବା ପରେ ଲୁଟେରା ଏକ ଫାଙ୍କା ଗୁଳି ଚାଳନା କରି ମ୍ୟାନେଜରଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।

ଲୁଟ ହେବାପରେ ମ୍ୟାନେଜର ଜଣକ ଥାନାରେ ଏନେଇ ଅଭିଯୋଗ ଦାଖଲ କରିଛନ୍ତି । ବାଇକରେ ୬ଜଣ ଆସି ତାଙ୍କ ଠାରୁ ଲୁଟ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଏହାପରେ ଘଟଣାସ୍ଥଳରେ ପୋଲିସ ପହଁଚି ନିଜର ତଦନ୍ତ ଜାରି ରଖିବା ସହ ରାସ୍ତାର ବିଭିନ୍ନ ସିସିଟିଭି ଜାଂଚ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking