ଅନୁଗୋଳ: ବିଳମ୍ୱିତ ରାତିରେ ଦମ୍ପତିଙ୍କୁ ତାଲା ପକାଇ ଦେଢ଼ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା । ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି ଗ୍ରାମ ବେହେରା ସାହିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗାଁର କଲ୍ୟାଣ ବେହେରା ଏବଂ ତାଙ୍କ ସ୍ତ୍ରୀ ଛବି ବେହେରା ଖାଇ ପିଇ ଶୋଇଥିଲେ । ବିଳମ୍ବିତ ରାତିରେ ଘରର ଲାଇଟ ଜଳିବା ଏବଂ ବନ୍ଦ ହେବାରୁ ଛବିଙ୍କ ନିଦ ଭାଙ୍ଗି ଯାଇଥିଲା l ତାଙ୍କ ସ୍ବାମୀଙ୍କୁ ଉଠାଇ କବାଟ ଖୋଲିବାରୁ କବାଟ ବାହାରୁ ବନ୍ଦ ଥିବା ଦେଖି ପଡିଶା ଘର ଲୋକଙ୍କୁ ଡାକ ପକାଇଥିଲେ l ଲୁଟେରା ମାନେ ବାକ୍ସ ଏବଂ ଆଟାଚକୁ ଭାଙ୍ଗି ଘର ଠାରୁ ୫ଶହ ମିଟର ଦୂରରେ ଫିଙ୍ଗି ଚମ୍ପଟ ମାରିଛନ୍ତି । ଏନେଇ ନେଇ କଲ୍ୟାଣ ବାଗଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ଛାନବିନ କରୁଛି ।










