27.1 C
Bhubaneswar
Friday, July 5, 2024
Homeଓଡିଶାସଡକ ଦୁର୍ଘଟଣା : ୨ ମୃତ

ସଡକ ଦୁର୍ଘଟଣା : ୨ ମୃତ

ବଣାଇଁ : ହାଇୱାକୁ ପଛପଟୁ ଧକ୍କା ଟ୍ରଲର। ଯାହାଫଳରେ ହାଇୱା ଗାଡି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲାବେଳେ ଟ୍ରଲର ଗାଡି ଚାଳକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଭଳି ଘଟଣା ସାମ୍ନାକୁ ଆସିଛି ବଣାଇଁରୁ । ସୂଚନା ଅନୁଯାୟୀ,ବଣାଇଁ ଥାନା ଅନ୍ତର୍ଗତ ୧୪୩ ନ ନମ୍ବର ଜାତୀୟ ରାଜପଥର ତାରିଣୀ ଢାବା ନିକଟରେ ଏକ ହାଇୱା ଗାଡି ଛିଡା ହୋଇଥିଲା । ଗାଡିର ଡ୍ରାଇଭର ଗାଡ଼ି ତଳେ ପସି କାମ କରୁଥିଲା । ସେହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରଲର ଗାଡି ହାଇୱାକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ହାଇୱା ଗାଡି ଡ୍ରାଇଭର ଚକ ତଳେ ଚାପି ହୋଇଯାଇଥିଲେ । ଅନ୍ୟପଟେ ଟ୍ରଲର ଗାଡିର ଚାଳକ ମଧ୍ଯ ନିଜ ଗାଡିରେ ଚାପି ହୋଇ ରହିଯାଇଥିଲେ । ହାଇୱା ଗାଡିର ଡ୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ବଣାଇଁ ପୋଲିସକୁ ଖବର ଦେଇ ଥିଲେ । ବଣାଇଁ ପୋଲିସ ଓ ଦମକଳ ବାହିନୀ କର୍ମଚାରୀ ପହଞ୍ଚିବା ପରେ ଟ୍ରଲର ଡ୍ରାଇଭରକୁ ଉଦ୍ଧାର କରି ଚିକିତ୍ସା ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଟ୍ରଲର ଚାଳକର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ପୋଲିସ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking