28.1 C
Bhubaneswar
Sunday, June 23, 2024
Homeଓଡିଶାସଡକ ଦୁର୍ଘଟଣା : ୨ ମୃତ

ସଡକ ଦୁର୍ଘଟଣା : ୨ ମୃତ

ରାୟଗଡା : ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡା ଗାଁ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଟ୍ୟାଙ୍କର ମାଡିଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଉଭୟ ମୃତ ବ୍ୟକ୍ତି ହର୍ଷା ଏନ୍ ଜି ଓର କର୍ମଚାରୀ ବୋଲି ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଦୁଇ ମୃତକ ସ୍କୁଟି ଯୋଗେ ଜେକେପୁର ଠାରୁ ରାୟଗଡ଼ା ଆସୁଥିଲେ। ଭାକୁରଗୁଡା ଗାଁ ନିକଟରେ ଡିଭାଇଡରକୁ ଧକ୍କା ଦେଇଥିଲା ସ୍କୁଟି। ସେଠାରେ ଉଭୟ ତଳେ ପଡି ଯାଇଥିଲେ। ଏହାପରେ ପଛରେ ଆସୁଥିବା ଏକ ଟ୍ୟାଙ୍କର ତାଙ୍କ ଉପରେ ମାଡି ଯାଇଥିଲା। ସେହି ସମୟରେ ଯାଉଥିବା ଲୋକ ଦେଖି ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା।‌ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଖବରପାଇ ଚାନ୍ଦିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଟ୍ୟାଙ୍କର ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking