26.1 C
Bhubaneswar
Wednesday, April 15, 2026
Homeଓଡିଶାସଡକ ଦୁର୍ଘଟଣା : ୨ ମୃତ

ସଡକ ଦୁର୍ଘଟଣା : ୨ ମୃତ

ମୋରଡ଼ା: ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ପାରିଆଉଡ଼ାର ହାତୀଗଳା ପୋଲ ବାଙ୍କ ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ,ରବିବାର ବିଳମ୍ବିତ ରାତିରେ ଏକ ବାଇକ୍‌ରେ ଯାଉଥିବା ଉକ୍ତ ଦୁଇଜଣ ଯୁବକ ଏକ ଖଜୁରୀ ଗଛରେ ପିଟି ହୋଇଯିବାରୁ ଦୁଇଜଣ ଛିଟିକି ପଡ଼ିଥିଲେ। ଦୁର୍ଘଟଣାଗ୍ରସ୍ତ ଦୁଇଜଣ ଯୁବକ ରାତି ସାରା ରାସ୍ତାକଡ଼ରେ ଥିବା ଏକ ବିଲରେ ଥିବା ପାଣିରେ ଭାସି ରହିଥିଲେ। ତେବେ ଉକ୍ତ ସ୍ଥାନଟି ନିଛାଟିଆ ଜାଗାରେ ଥିବାରୁ କାହାରି ନଜରରେ ପଡ଼ି ନ ଥିଲା।ତେବେ ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖି ଚିତ୍ରଡ଼ା ଫାଣ୍ଡି ଓ ମୋରଡ଼ା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ପଠାଯାଇଛି। ତେବେ ଖବର ନେବା ସୁଦ୍ଧା ମୃତ ଦ୍ୱୟଙ୍କ ପରିଚୟ ମିଳିପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking