26.1 C
Bhubaneswar
Monday, March 2, 2026
Homeଓଡିଶାସଡକ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ସଡକ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

କରଞ୍ଜିଆ: ୨୨୦ ନମ୍ବର ଜାତୀୟ ରାଜପଥର ଗିଧିବାସ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ସମସ୍ତେ କରଞ୍ଜିଆରୁ ଦୋଳ  ମେଲଣ ଦେଖି ଯଶିପୁର ଫେରୁଥିବା ସମୟରେ ଏହି ଅଭାବନୀୟ ଦୁର୍ଘଟଣା ଘଟିଥିଲା। କାର୍‌ରେ ଥିବା ସମସ୍ତେ ଯଶିପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି।ମୃତକ ଜଣଙ୍କ ଯଶିପୁର ଥାନା ଭଣ୍ଡାରୀପୋଷି ଗ୍ରାମର ସରୋଜ ମୁଖୀ ଓ ଗୁରୁତରମାନେ ହେଲେ ସାଗର ବେହେରା, ସୁଶାନ୍ତ ବେହେରା, ଦେବେନ୍ଦ୍ର ବେହେରା । ଆହତ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ କଟକ ବଡ଼ ମେଡିକାଲ, ଜଣେ କେନ୍ଦୁଝର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଦୁଇ ଜଣ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣା ସ୍ଥଳରେ ଯଶିପୁର ପୁଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking