27.1 C
Bhubaneswar
Saturday, April 4, 2026
Homeଓଡିଶାସଡକ ଦୁର୍ଘଟଣା : ଜଣେ ମୃତ

ସଡକ ଦୁର୍ଘଟଣା : ଜଣେ ମୃତ

ବୌଦ୍ଧ : ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ୫୭ ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ମୃତକ ବୀରନରସିଂହପୁର ଗାଁର ବୋଲି ଜଣାପଡିଛି। ତେବେ ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୧୦ଟା ସମୟରେ ବ୍ୟକ୍ତି ଜଣଙ୍କ ଏକ ବାଇକରେ ଘରକୁ ଫେରୁଥିଲେ। ହଠାତ ସେହି ସମୟରେ ଚାରି ଛକ ପଟୁ ଆସୁଥିବା ଏକ ଦ୍ରୁତଗାମୀର ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ଟ୍ରକ ଚକ ତଳେ ଫସି ଯାଇଥିଲେ। ଯାହାଫଳରେ ଘଟଣାସ୍ଥଳରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦା ଏବଂ ମୃତକଙ୍କ ପରିବାର ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ବୌଦ୍ଧ ଥାନା ପୋଲିସ, ହରଭଙ୍ଗା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ହାପରେ ସମସ୍ତ ଘଟଣାର ତଦନ୍ତ ହେବା ସହ ତାଙ୍କୁ କ୍ଷତିପୂରଣ ମିଳିବାର ପ୍ରତିଶୃତି ଦେଇଥିଲେ ତହସିଲଦାର। ପ୍ରତିଶୃତି ପାଇବା ପରେ ସ୍ଥାନୀୟ ଲୋକେ ଆନ୍ଦୋଳନରୁ ଓହରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking