ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଅନନ୍ତପୁରମ୍ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଏହି ଦୁର୍ଘଟଣା ଅନନ୍ତପୁରମ ଜିଲ୍ଲାର ବୁଦ୍ଧାଗି ଗାଁରେ ଘଟିଛି । ସୂଚନା ମୁତାବକ ଏକ କାର ଟ୍ରକକୁ ଧକ୍କା ଦେଇଥିଲା । ଯେଉଁଥିରେ ଆଠ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ମାମଲାରେ ପୁଲିସ ଏକ ମାମଲା ରୁଜୁ କରିଛି । ଉରାଭାକୋଣ୍ଡା ପୁଲିସ ଷ୍ଟେସନ ସବ୍ ଇନ୍ସପେକ୍ଟର ଭେଙ୍କଟା ସ୍ୱାମୀ କହିଛନ୍ତି ଯେ ଏହି ମାମଲାରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି ।
ସୂଚନାଯୋଗ୍ୟ,ଗତ ମାସରେ ଜାନୁଆରୀ ୧୪ରେ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଥିଲେ । ଯେଉଁମାନଙ୍କର ମୃତ୍ୟୁ ହୋଇଥିଲା, ସେମାନେ ସମସ୍ତେ ଶ୍ରମିକ ଥିଲେ । ମୃତ୍ୟୁ ହୋଇଥିବା ଶ୍ରମିକମାନେ ବିହାରର ବାସିନ୍ଦା ଥିଲେ । ଜାତୀୟ ରାଜପଥରେ ଥିବା ତାଡେପାଲିଗୁଡେମ୍ ଠାରେ ଏହି ଦୁର୍ଘଟଣା ଘଟିଥିଲା ଯେତେବେଳେ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଟ୍ରକଟି ବିଶାଖାପାଟନମ୍ ଜିଲ୍ଲାର ଦୁଭଭଡା ଠାରୁ ପଶ୍ଚିମ ଗୋଦାବରୀ ଜିଲ୍ଲାର ଉଙ୍ଗୁଟୁରୁ ମଣ୍ଡଳର ନାରାୟଣପୁରକୁ ଯାଉଥିଲା ।