27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶସଡକ ଦୁର୍ଘଟଣା : ୩ ମୃତ

ସଡକ ଦୁର୍ଘଟଣା : ୩ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇଛି ବସ୍‌। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ମଧ୍ୟରେ ଜଣେ ମହିଳା, ତାଙ୍କ ଝିଅ ଓ ସମ୍ପର୍କୀୟ ଭାଇ ଥିବା ଜଣାଯାଇଛି। ସୂଚନା ଅନୁସାରେ, ରିସିୟାର ରବି ଦାସ ନଗର ଅଞ୍ଚଳର ଜଣେ ବ୍ୟକ୍ତି ବାଇକ୍‌ରେ ନିଜ ସମ୍ପର୍କୀୟ ଭଉଣୀ ଓ ଭାଣଜୀଙ୍କୁ ଛାଡ଼ିବାକୁ ଯାଉଥିଲେ। ମାତ୍ର ବୁଲାଣି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍‌ ଭାରସମ୍ୟ ହରାଇ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ମାଆ ଓ ଝିଅ ଦୁହେଁ ବିପରୀତ ଦିଗକୁ ଛିଟିକି ପଡ଼ିଥିବା ବେଳେ ନିଜ ବାଇକ୍‌ ସହ ବସ୍‌ ଆଗରେ ଛନ୍ଦି ହୋଇ ଯାଇଥିଲେ। ଫଳରେ ଡ୍ରାଇଭରଙ୍କୁ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ବସ୍‌। ଫଳରେ ଘଟଣାସ୍ଥଳରେ ହିଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଗୁରୁତର ଆହତ ଅବସ୍ଥାରେ ମାଆ ଓ ଝିଅଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking