20.1 C
Bhubaneswar
Saturday, February 14, 2026
Homeଓଡିଶାସଡକ ଦୁର୍ଘଟଣା ; ୧୦ ଆହତ

ସଡକ ଦୁର୍ଘଟଣା ; ୧୦ ଆହତ

ଢେଙ୍କାନାଳ : ଓଲଟିଲା ଟାଟା ଏସି। ଫଳରେ ଦୁର୍ଘଟଣାରେ ୧୦ ଜଣ କାଉଡିଆ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଶାମଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୧୦ରୁ ଅଧିକ କାଉଡିଆ ଜଳାଭିଷେକ ପାଇଁ କରମୂଳ ଗାଁ ସ୍ଥିତ ଦୌଡେଶ୍ଵରଙ୍କ ପୀଠକୁ ଟାଟାଏସି ଯୋଗେ ଯାଉଥିଲେ। ଶାମଳ ଛକ ନିକଟରେ ଟାଟାଏସିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୦ ଜଣ କାଉଡିଆ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଓ ଗୁରୁତରଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। କାମାକ୍ଷାନଗର ବିଧାୟକ ମେଡିକାଲରେ ପହଞ୍ଚି କାଉଡିଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking