32.1 C
Bhubaneswar
Friday, June 21, 2024
Homeଓଡିଶାସଡକ ଦୁର୍ଘଟଣା : ୧ ମୃତ

ସଡକ ଦୁର୍ଘଟଣା : ୧ ମୃତ

କୋରାପୁଟ : କୋରାପୁଟରେ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମଙ୍ଗଳବାର ସଂଧ୍ୟାରେ ପିକଅପ ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ସନ୍ତୋଷ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ସନ୍ତୋଷ ଚାଲିଚାଲି ଯାଉଥିବା ସମୟରେ ଏକ ପିକଅପ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସନ୍ତୋଷଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଡ୍ରାଇଭର ସଂଘ ସଦସ୍ୟମାନେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି । ତେବେ ଦୁର୍ଘଟଣା ପରେ ଗାଡିଟି ଫେରାର ହୋଇଯାଇଥିବା ଜଣାପଡିଛି । ଏବଂ ଚାଳକ, ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ ଓ ମୃତ ଚାଳକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଡ୍ରାଇଭର ସଂଘ ପକ୍ଷରୁ ଦାବି କରାଯାଇଛି । ତେବେ ନନ୍ଦପୁର ଏସଡିପିଓ ସମ୍ବିତ କୁମାର ମାଝୀ ଓ ଥାନାଧିକାରୀ ମମତା ପଣ୍ଡା ଧାରଣା ସ୍ଥଳରେ ପହଞ୍ଚି ଡ୍ରାଇଭର ସଂଘ ଓ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିବାରୁ ରାସ୍ତା ଅବରୋଧ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking