18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଛଟ ମହାପର୍ବ ପୂର୍ବରୁ ଯମୁନା ନଦୀର ପାଣି ହେଲା ବିଷାକ୍ତ, ଭାସୁଛି ଧଳା ଫେଣ

ଛଟ ମହାପର୍ବ ପୂର୍ବରୁ ଯମୁନା ନଦୀର ପାଣି ହେଲା ବିଷାକ୍ତ, ଭାସୁଛି ଧଳା ଫେଣ

ନୂଆଦିଲ୍ଲୀ : ଶୁକ୍ରବାର ଛଟ ମହାପର୍ବ ଆରମ୍ଭ ହୋଇଯିବ। ୪ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ମହାପର୍ବ ପୂର୍ବରୁ ଯମୁନା ନଦୀକୁ ନେଇ ଖରାପ ଖବର ସାମନାକୁ ଆସିଛି। ଛଟ ମହାପର୍ବ ପୂର୍ବରୁ ଯମୁନା ନଦୀର ପାଣି ପୁଣିଥରେ ପ୍ରଦୂଷିତ ହୋଇଯାଇଛି। ଗୁରୁବାର ଯମୁନା ନଦୀ ବିଷାକ୍ତର ଧଳା ଫେଣରେ ଭରି ଯାଇଛି। ପବିତ୍ର ନଦୀରେ ଚାରିଆଡେ ଫେଣ ହିଁ ଫେଣ ଦେଖିବାକୁ ମିଳିଥିଲା। ଉଲ୍ଲେଖନୀୟ ଯେ, ଛଟ ପୂଜା ବେଳେ ଯମୁନା ନଦୀ ଘାଟରେ ବହୁ ଶ୍ରଦ୍ଧାଳୁ ପହଞ୍ଚିଥାନ୍ତି। ଏହି ଘାଟରେ ସୂର୍ଯ୍ୟ ଦେବତାଙ୍କୁ ସକାଳେ ଓ ସନ୍ଧ୍ୟାରେ ଅର୍ଘ୍ୟ ଦିଆଯାଇଥାଏ। ଏଭଳି ସ୍ଥିତିରେ ଯମୁନା ନଦୀରେ ବିଷାକ୍ତ ଫେଣ ଆସିବାର ସମସ୍ୟା ବଢିପାରେ।
ଦିଲ୍ଲୀର ପାଣିପାଗ ପରେ ଏବେ ନଦୀ ମଧ୍ୟ ବିପଦଜନକ ପ୍ରଦୂଷଣରେ ରହିଛି। ଜାତୀୟ ରାଜଧାନୀ ବାଟ ଦେଇ ଯାଉଥିବା ଯମୁନା ନଦୀରେ ସେଭଳି ପ୍ରଦୂଷଣର ସ୍ତର ଉଚ୍ଚା ରହିଥାଏ, କିନ୍ତୁ ଗୁରୁବାର ମାମଲା ଆହୁରି ଗମ୍ଭୀର ଥିଲା। ଯମୁନା ନଦୀରେ ଚାରିପଯେ ଧଳା ଫେଣ ଦେଖିବାକୁ ମିଳିଥିଲା। କାଳନ୍ଦୀ କୁଞ୍ଜ ପାଖରେ ଥିବା ଯମୁନାର ଫେଣ ଧଳା ହୋଇଯାଇଛି। ବିଷାକ୍ତ ଫେଣ କାରଣରୁ ଯମୁନାରେ ପ୍ରଦୂଷଣ ସ୍ତର ଖୁବ୍ ବଢି ଯାଇଛି। ଯମୁନାର ଏହି ସ୍ଥିତି ସେବେ ହୋଇଛି, ଯେତେବେଳେ ୨୮ ଅକ୍ଟୋବରରେ ଛଟ ପୂଜା ଆରମ୍ଭ ହେବାକୁ ଯାଉଛି। ଏହି ମହାପର୍ବରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଯମୁନା ନଦୀରେ ତିଆରି ହୋଇଥିବା ଘାଟରେ ଛଟ ବ୍ରତଧାରୀ ଯମୁନାରେ ପ୍ରବେଶ କରି ସ୍ନାନ କରନ୍ତି ଓ ଶ୍ରଦ୍ଧାଳୁ ଭଗବାନ ଭାସ୍କରଙ୍କୁ ଅର୍ଘ ଅର୍ପଣ କରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking