27.1 C
Bhubaneswar
Saturday, July 6, 2024
Homeଓଡିଶାମହାନଦୀ ଜଳ ସମସ୍ୟା: ସର୍ବଦଳୀୟ ବୈଠକ ଡାକିବାକୁ ନରସିଂହଙ୍କ ଆହ୍ୱାନ

ମହାନଦୀ ଜଳ ସମସ୍ୟା: ସର୍ବଦଳୀୟ ବୈଠକ ଡାକିବାକୁ ନରସିଂହଙ୍କ ଆହ୍ୱାନ

ଭୁବନେଶ୍ୱର: ଗତକାଲି ସରକାରୀ ଦଳ ମହାନଦୀ ଜଳ ସମସ୍ୟାକୁ ନେଇ ଉଦବେଗ୍ ପ୍ରକାଶ ପାଇବା ପରେ ଆଜି ବିଧାନସଭାରେ କଂଗ୍ରେସର ବିଧାୟକଦଳ ନେତା ପତିକ୍ରିୟା ପ୍ରକାଶ କରିଛନ୍ତି । ଜଳସମସ୍ୟାକୁ ନେଇ ସରକାରୀ ଦଳ ହୋହାଲ୍ଲା ଏବଂ ପାଟିତୁଣ୍ଡ କରାଇଥିଲେ ବୋଲି କହିଛନ୍ତି ନରସିଂହ ମିଶ୍ର ବିଧାନସଭାରେ ଖାଲି ହୋହାଲ ଏବଂ ପାଟିତୁଣ୍ଡ କଲେ କିଛି ସମସ୍ୟାର ସମାଧାନ ହେବନାହିଁ ବୋଲି କହିଛନ୍ତି । ମହାନଦୀ ଜଳ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା । ଏ ସମସ୍ୟା ଆଜିକାଲିର ସମସ୍ୟା ନୁହେଁ ଯେତେବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ୨୦୦୦ମସିହାରେ ସମ୍ଭାଳିଲେ ସେତେବେଳର ଏ ସମସ୍ୟା ବୋଲି କହିଛନ୍ତି ଶ୍ରୀ ମିଶ୍ର । ଏ ବାବଦରେ ମଧ୍ୟ ଗୃହରେ ଅନେକ ଥର ଆଲୋଚନା ହୋଇଛି । ଆଜିବି ବିଧାନସଭାରେ ମାନ୍ୟବର ବାଚସ୍ପତିଙ୍କୁ ଏକ ଲିଖି୍‌ତ ଆକାରରେ ଏ ମହାନଦୀ ପ୍ରସଙ୍ଗରେ ଏକ ପ୍ରଶ୍ନପତ୍ର ଦେଇଥିଲେ ଏବଂ ପ୍ରଶ୍ନକାଳକୁ ବାତିଲ କରିବାକୁ ଅନୁରୋଧ କରିଥିଲେ । ରାଜ୍ୟରେ ଯଦି ଯେକୌଣସି ସମ୍ବେଦନଶୀଳ ପ୍ରଶ୍ନ ଉଠାଗଲେ ବାତିଲ କରାଯାଇପାରିବ ବୋଲି କହିଥିଲେ ।

କିନ୍ତୁ ମାନ୍ୟବର ବାଚସ୍ପତି ଏହାକୁ କର୍ଣ୍ଣପାତ ନକରି ପ୍ରଶ୍ନକାଳ ଆରମ୍ଭ କରିଥିଲେ ଏବଂ ଉତ୍ତର ରଖିବାକୁ ମନ୍ତ୍ରୀ ମାନଙ୍କୁ କହିଥିଲେ । ଏହାକୁ ମଧ୍ୟ ବିରୋଦ କରିଥିଲେ କଂଗ୍ରେସ,ବିଜେପି ଏବଂ ସିପିଏମ୍ ଦଳ ତରଫରୁ ବିରୋଧ କରଯାଇଥିଲା । ବାଚସ୍ପତି ମଧ୍ୟ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ । କିନ୍ତୁ ସରକାରୀ ଦଳ କେବେବି ଚାହାନ୍ତିନି ଯେ ଶୂନ୍ୟକାଳରେ ପ୍ରଶ୍ନକିଛି ଆଲୋଚନା ହେଉ ବୋଲି ଆଉ ଯେବେବି ଆଲୋଚନା ହୋଇଛି ସରକରୀ ଦଳ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ୨୦୦୩ ପରଠୁ ଆଜି ୨୦୨୩ ହେଲାଣୀ ଏ ସମସ୍ୟା ଦେଖାଯାଉଛି ।୨୦୧୬ ମସିହାରେ ଏ ଜଳ ସମସ୍ୟା ଉପରେ ଜୋରଦାର ଆଲୋଚନା ହୋଇଥିଲା । ଏବଂ ସେତେବେଳେ କୁହାଯାଉଥିଲା ଯେ ଅଣମୌସୁମି ସମୟରେ ଅଧିକା ପାଣି ଆସୁଛି କିନ୍ତୁ ଗତକାଲି କଥା ପୂରା ଓଲଟି ଗଲା ଯେ ଅଣମୌସୁମି ସମୟରେ ଏବେ ପାଣୀ କମିଯାଉଛି ବୋଲି କଥା ଉଠୁଛି । ତାହେଲେ ଏବେ ମହାନଦୀ କେମିତି ଶୁଖୁଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସରସିଂହ ମିଶ୍ର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମଧ୍ୟ ଏହାୀର ସମସ୍ୟା ସେ କିଛି କରୁନାହାନ୍ତି ବୋଲି ସେ କହିଥିଲେ । ଆସ ସମସ୍ତେ ମିଶି ଏ ସମସ୍ୟାର ସମାଧାନ କରିବା ବୋଲି କହିଥିଲେ । ଏବଂ ମୁଁ ନିଜେ ଓକିଲ ଥିବା ସମୟରେ ଏ ପକ୍ଷରେ ଲଢିଥିଲେ ଏବଂ ଏବଂ ହାଇକୋର୍ଟ ମଧ୍ୟ ଓଡିଶା ପକ୍ଷରେ ନିଜର ରାୟ ଦେଇଥିଲେ । ଜ୍ଞାନ ଉଦୟ ହେଉ,ମୂଳପୋଷଣ ଉପରେ ଆଲୋଚନା କରାଯାଉ,ମଳିତ ଉଦ୍ୟମ କରାଯାଉ,ଆହୁରୀ ମଧ୍ୟ ଲଜ୍ଜାଜନକ ଘଟଣା ଯେତେବେଳେ ୨୦୧୭ରେ ଏ ପ୍ରସଙ୍ଗରେ ଜୋରଦାର ଆଲୋଚନା କରାଗଲା ୨ଟି ଟିମ୍ ମଧ୍ୟ ଗଠନ କରଗଲା । ସର୍ବଦଳୀୟ ଟିମ୍ ଗଠନ କରାଯାଉ ଏବଂ ଆମକୁ ଏହାର ମୁଖ୍ୟ ଦାୟିତ୍ୱ ଦିଆଯାଉ ତାପରେ କଣ ହେବବୋଲି ଚ୍ୟାଲେଞ୍ଚ କରିଛନ୍ତି ବିରୋଧୀଦଳ । ପ୍ରଥମରେ ବୃଦ୍ଧି ନାହିଁ କି ଆନ୍ତରିକତା ନାହିଁ କିମ୍ବା ଖାଲି ନିର୍ବାଚନ ସମୟରେ ତାଙ୍କର କଥା ମନେପଡେ ଯେ ମହାନଦୀରେ ପାଣି ଶୁଖିଗଲାଣି ବୋଲି । ଆଜିର ଗଣମାଧ୍ୟମ ସମୟରେ ମୁଁ ବାଚସ୍ପତିଙ୍କୁ କହୁଛି କି ସେ ସର୍ବଦଳୀୟ ବୈଠକ ଡାକନ୍ତୁ ଏବଂ ଆମକୁ ଦାୟିତ୍ୱ ଦିଅନ୍ତୁ ବୋଲି ଖୋଲା ଚ୍ୟାଲେଞ୍ଜ କରିଛନ୍ତି ବିରୋଧୀଦଳ ନେତା ନରସିଂହ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking