19.1 C
Bhubaneswar
Friday, November 22, 2024
Homeଖେଳମ୍ୟାଚ୍ ନଖେଳିଲେ ବି ପନ୍ତଙ୍କୁ ମିଳିବ ସମ୍ପୂର୍ଣ୍ଣ ବେତନ, ବିସିସିଆଇରେ ରହିଛି ଏହି ନିୟମ

ମ୍ୟାଚ୍ ନଖେଳିଲେ ବି ପନ୍ତଙ୍କୁ ମିଳିବ ସମ୍ପୂର୍ଣ୍ଣ ବେତନ, ବିସିସିଆଇରେ ରହିଛି ଏହି ନିୟମ

ମୁମ୍ବାଇ: ଆଇପିଏଲ ନଖେଳିଲେ ବି ପନ୍ତଙ୍କୁ ମିଳିବ ବେତନ । ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗରେ ପୂର୍ବ ନିର୍ଦ୍ଧାରିତ ସମ୍ପୂର୍ଣ୍ଣ ଦେୟ ପାଇବେ ଟିମ୍ ଇଣ୍ଡିଆ ଓ୍ବିକେଟ୍ କିପର ତଥା ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ଋଷଭ ପନ୍ତ । ବିସିସିଆଇର ନିୟମ ଅନୁଯାୟୀ, ଆଇପିଏଲରେ ଚୁକ୍ତି ହୋଇଥିବା ସମସ୍ତ ପାରିଶ୍ରମିକ ମିଳିବ। ତେବେ କ’ଣ ରହିଛି ବିସିସିଆଇର ନିୟମ ଆସନ୍ତୁ ଜାଣିବା ।

ବିସିସିଆଇ ନିୟମ ଅନୁଯାୟୀ, ଚଳିତ ବର୍ଷ ହେବାକୁ ଥିବା ଆଇପିଏଲରୁ ପୂର୍ବ ନିର୍ଦ୍ଧାରିତ ବେତନ ପନ୍ତଙ୍କୁ ମିଳିବ । ଆଇପିଏଲରୁ ୧୬କୋଟି ଟଙ୍କା ଏବଂ ବିସିସିଆଇର କେନ୍ଦ୍ରୀୟ ଅନୁବନ୍ଧ ଅନୁଯାୟୀ, ୫କୋଟି ଟଙ୍କା ବେତନ ପାଇବେ । ବିସିସିଆଇ ଦ୍ବାରା ସେଣ୍ଟାଲ୍ କନଟ୍ରାକ୍ଟରେ ସାମିଲ ଥିବା ଖେଳାଳି ବୀମାଯୁକ୍ତ ହୋଇଥାନ୍ତି । ଏହି ନିୟମ ମୁତାବକ ୨୦୨୨-୨୨ ବର୍ଷରେ ଋଷଭ ପନ୍ତ ବିସିସିଆଇ କନଟ୍ରାକ୍ଟ ଲିଷ୍ଟର ଗ୍ରେଡ୍-ଏରେ ରହିଛନ୍ତି । ତେଣୁ ଆଇପିଏଲ ଫ୍ରାଞ୍ଚାଇଜ୍ ବଦଳରେ ବୀମା କମ୍ପାନୀ ପକ୍ଷରୁ ତାଙ୍କୁ ସମ୍ପୂର୍ଣ୍ଣ ବେତନ ମିଳିବ ।

ଡିସେମ୍ବର ୩୦ ତାରିଖରେ ଇଣ୍ଡିଆର ଓ୍ବିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଦୁର୍ଘଟଣାରେ ଆହତ ହୋଇଛି ଚିକିତ୍ସିତ ହେଉଛନ୍ତି । ତାଙ୍କୁ ମୁମ୍ବାଇର କୋକିଲାବେନ୍  ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଲିଗାମେଣ୍ଟ ସର୍ଜରୀ ପାଇଁ ଆଇପିଏଲ ସହିତ କିଛି ସିରିଜରୁ ବାଦ୍ ପଡ଼ିବେ ଋଷଭ ପନ୍ତ । ୬ମାସ କ୍ରିକେଟ୍ ଖେଳିବା ପନ୍ତଙ୍କ ପାଇଁ ସମ୍ଭବ ନୁହେଁ।  ହେଲେ ଏହି ସମୟରେ ଏହି ଷ୍ଟାର କ୍ରିକେଟରଙ୍କୁ ସମ୍ପୂର୍ଣ୍ଣ ବେତନ ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking