ଭୁବନେଶ୍ୱର: ଆରଆଇ , ଅମିନ ପରୀକ୍ଷା ବାତିଲ । ଆରଆଇ, ଏଆରଆଇ, ଅମିନ , ଆଇସିଡିଏସ, ଏସଏଫଏସ ପ୍ରିଲିମ ପରୀକ୍ଷା ରଦ୍ଦ କଲେ ଓଏସଏସଏସସି । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଏଜି ପୀତାମ୍ବର ଆଚାଯ୍ୟ । ଅଗଷ୍ଟ ୧ରୁ ସେପ୍ଟେମ୍ବର ୬ ପଯ୍ୟନ୍ତ ହେବାକୁ ଥିବା ମେନ ପରୀକ୍ଷା ବି ବାତିଲ । ୧୪ ଦିନ ଭିତରେ ସାନି ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କରିବେ କମିଶନ । ଆଉ ସାନି ଆବେଦନ କରିବାକୁ ପଡିବନି, ସମସ୍ତଙ୍କୁ ପରୀକ୍ଷା ସୁଯୋଗ ମିଳିବ । ପ୍ରିଲିମରେ ତ୍ରୁଟି ଅଭିଯୋଗ ପରେ ସମସ୍ତଙ୍କୁ ପାସ କରାଯାଇଥିଲା । ମାତ୍ର ଏହା ପ୍ରକାଶିତ ବିଜ୍ଞପ୍ତି ନିୟମ ଉଲ୍ଲଙ୍ଘନ ବୋଲି ପିଟିସନ ହୋଇଥିଲା । ଭ୍ୟାକେନ୍ସି ପୋଷ୍ଟର ୫ ଗୁଣା ମେନ ପରୀକ୍ଷା ଦେଇପାରିବେ ଉଲ୍ଲେଖ ଥିଲା । ମାତ୍ର ସେମାନଙ୍କୁ ମେନ ପରୀକ୍ଷା ସୁଯୋଗ ଦିଆଯିବାରୁ ମାମଲା କୋର୍ଟକୁ ଆସିଥିଲା । ଶେଷରେ ହେବାକୁ ଥିବା କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ପରୀକ୍ଷା ବାତିଲ ହେଲା ।










