29.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମେଡିକାଲ ନେଲେ ମିଳିବ ପୁରସ୍କାର

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମେଡିକାଲ ନେଲେ ମିଳିବ ପୁରସ୍କାର

ନୋଏଡା : ଯେତେବେଳେ କେହି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବାର ଦେଖନ୍ତି, ଅଧିକାଂଶ ଲୋକ ଦୁର୍ଘଟଣା ବିଷୟରେ ଆଲୋଚନା କରିବା ପରେ ଚାଲିଯାଆନ୍ତି । ଭାରତରେ ସଡ଼କ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାର ଅନେକ କାରଣ ଥିଲେ ବି ମୁଖ୍ୟ କାରଣ ହେଉଛି ଯେ ଆହତ ବ୍ୟକ୍ତି ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିପାରନ୍ତି ନାହିଁ । ଏହାକୁ ଦୃଷ୍ଟିରେ ରଖି ନୋଏଡା ଟ୍ରାଫିକ୍ ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ମୁତାବକ ଯଦି କୌଣସି ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେଇଯାଆନ୍ତି, ତେବେ ଟ୍ରାଫିକ ପୋଲିସ ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ଦେବ । ଟ୍ରାଫିକ ଡିସିପି ଗଣେଶ ସାହାଙ୍କ କହିବା ଅନୁଯାୟୀ, ଅଧିକାଂଶ ଲୋକ ଆହତମାନଙ୍କୁ ସାହାଯ୍ୟ କରିବା ଠାରୁ ଦୂରେଇ ରୁହନ୍ତି । କାରଣ ସେମାନେ ଭୟ କରନ୍ତି ଯେ ଏହା ପରେ ପୋଲିସ ସେମାନଙ୍କୁ ଅନେକ ପ୍ରଶ୍ନ ପଚାରିବ, ସେଥିପାଇଁ ସଡ଼କ ଦୁର୍ଘଟଣାରେ କେହି ଆହତ ହୋଇଥିବା ଦେଖିଲେ ମଧ୍ୟ ସେମାନେ ସେଠାରୁ ଚାଲିଯାଆନ୍ତି । କିନ୍ତୁ ବର୍ତ୍ତମାନ ଯଦି ଆପଣ କାହାକୁ ସାହାଯ୍ୟ କରନ୍ତି ତେବେ ଆପଣଙ୍କୁ ପୋଲିସର ଜବାବ ଦେବାକୁ ପଡିବ ନାହିଁ । ପୋଲିସ ଆପଣଙ୍କୁ ସରଳ ପ୍ରଶ୍ନ ପଚାରିବ ଯେପରି ଦୁର୍ଘଟଣାଟି କେଉଁଠାରେ ଘଟିଛି ଏବଂ ଆପଣ ଆଣିଥିବା ବ୍ୟକ୍ତିଙ୍କୁ ଜାଣିଛନ୍ତି କି, ବୋଲି ପଚରାଯିବ । ଟ୍ରାଫିକ୍ ଡିସିପିଙ୍କ କହିବା ଅନୁଯାୟୀ ଯଦି ଆପଣ କାହାକୁ ଆହତ ଅବସ୍ଥାରେ ଦେଖିବେ, ତେବେ ୧୧୨ କୁ କଲ କରିବେ ଓ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେଇ ଆଡମିଟ କରାଇବେ । ପରେ ଆପଣଙ୍କୁ ପୁରସ୍କାର ରାଶି ମିଳିଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking