28.1 C
Bhubaneswar
Monday, July 1, 2024
Homeଓଡିଶାରାଜ୍ୟ ନିର୍ବାଚନ କମିଶନଙ୍କ ଠାରେ ଫେରାଦ; ଅତାବିରା ଏନଏସି ନିର୍ବାଚନରେ ମିଥ୍ୟା ଜାତିଗତ ପ୍ରମାଣ ପତ୍ର...

ରାଜ୍ୟ ନିର୍ବାଚନ କମିଶନଙ୍କ ଠାରେ ଫେରାଦ; ଅତାବିରା ଏନଏସି ନିର୍ବାଚନରେ ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇଛନ୍ତି ବିଜେଡିର ପ୍ରାର୍ଥୀ

ଭୁବନେଶ୍ୱର: ଅତାବିରା ଏନ୍‌ଏସି ନିର୍ବାଚନରେ ୱାର୍ଡ ନଂ ୫ରୁ ବିଜୁ ଜନତା ଦଳର ପ୍ରାର୍ଥୀ ରାଜୀବ କହର ମିଥ୍ୟା ଜାତିଗତ(ଅନୁସୂଚିତ ଜାତି) ପ୍ରମାଣ ପତ୍ର ଦେଇ ମନୋନୟନ ପତ୍ର ଦାଖଲ କରିଛନ୍ତି । ଯାହାକୁ କି ପ୍ରତିପକ୍ଷ ପ୍ରାର୍ଥୀ ଶକ୍ତିଦେବ ସାହୁ ପ୍ରାର୍ଥପତ୍ର ଯାଞ୍ଚ ସମୟରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆପତି ଅଭିଯୋଗ କରିଥିଲେ । ମାତ୍ର ନିର୍ବାଚନ ଅଧିକାରୀ ତାହାକୁ ବିଚାରକୁ ନନେଇ ରାଜୀବଙ୍କ ପ୍ରାର୍ଥୀପତ୍ରକୁ କାୟମ ରଖିଛନ୍ତି । ଏହା ନିର୍ବାଚନ ଆଇନର ବିରୁଦ୍ଧାଚରଣ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଏହି ମର୍ମରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ବିଜେପି କହିଛି ଯେ, ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ଶାସକ ଦଳର ହାତବାରିସ ହୋଇ କାର୍ଯ୍ୟ କରୁଛନ୍ତି ଯାହା ଗଣତନ୍ତ୍ର ପ୍ରତି ବିପଦ । ଶାସକ ବିଜୁ ଜନତା ଦଳ ଅନୈତିକ ଉପାୟରେ କ୍ଷମତା ଦଖଲ କରିବା ପାଇଁ ପ୍ରଶାସକ ଓ ସରକାରୀ ଅଧିକାରୀମାନଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରୁଛି । ଯେଉଁଥିରେ ଅବାଧ, ମୁକ୍ତ ଓ ନୀରପେକ୍ଷ ନିର୍ବାଚନ ହେବା ନେଇ ସନ୍ଦେହ ପ୍ରକାଶ ପାଉଛି ବୋଲି ଶ୍ରୀ ମହାପାତ୍ର ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିଛନ୍ତି ।  ଉକ୍ତ ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ମନୋଜ୍ ମହାପାତ୍ର ଓ ଲିଗାଲ ସେଲ୍ ଅଧ୍ୟକ୍ଷ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking