24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶରିଟାୟର୍ଡ ଅଗ୍ନିବୀରଙ୍କୁ ବିଏସ୍‌ଏଫ୍‌ରେ ମିଳିବ ୧୦% ସଂରକ୍ଷଣ

ରିଟାୟର୍ଡ ଅଗ୍ନିବୀରଙ୍କୁ ବିଏସ୍‌ଏଫ୍‌ରେ ମିଳିବ ୧୦% ସଂରକ୍ଷଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ବିଏସ୍‌ଏଫ୍‌ରେ ୧୦% ସଂରକ୍ଷଣ ଘୋଷଣା କରିଛନ୍ତି । ଏହା ସହିତ ବୟସ ସୀମାରେ ମଧ୍ୟ ରିହାତି ପ୍ରଦାନ କରାଯାଇଛି । ତେବେ ଏହି ରିହାତି ଅଗ୍ନିବୀର ପ୍ରଥମ ବ୍ୟାଚ୍‌ର କିମ୍ବା ପରବର୍ତ୍ତୀ ବ୍ୟାଚ୍‌ର ତା’ ଉପରେ ନିର୍ଭର କରିବ । କେବଳ ଏତିକି ନୁହେଁ ସେମାନଙ୍କୁ ଫିଜିକାଲ୍ ଟେଷ୍ଟ୍ ଦେବାକୁ ପଡ଼ିବ ନାହିଁ । ଏହି ଘୋଷଣା ବିଏସ୍‌ଏଫ୍ ଜେନେରାଲ୍ ଡ୍ୟୁଟି କ୍ୟାଡର ରିକ୍ରୁଟ୍‌ମେଣ୍ଟ୍ ରୁଲ୍ସ ୨୦୧୫ରେ ଆମେଣ୍ଡମେଣ୍ଟ୍ ପରେ କରାଯାଇଛି । ଏ ନେଇ କେନ୍ଦ୍ର ସରକାର ମାର୍ଚ୍ଚ ୬ ତାରିଖରେ ଅଧିସୂଚନା ଜାରି କରିଥିଲେ । ଏହା ଅନୁସାରେ କନ୍‌ଷ୍ଟେବଳ ପଦ ପାଇଁ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ ପ୍ରାର୍ଥୀଙ୍କ ବୟସ ସୀମା ୫ ବର୍ଷ ଏବଂ ଏହା ପରର ସମସ୍ତ ବ୍ୟାଚ୍‌ର ପ୍ରାର୍ଥୀଙ୍କ ବୟସ ସୀମାରେ ୩ ବର୍ଷ ରିହାତି ମିଳିବ ।

ଏଣିକି ସୁବିଧାରେ କିଣିହେବ ଆପାର୍ଟମେଣ୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking