ଭୁବନେଶ୍ୱର: ଓଡିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮ ଅନୁସାରେ ବିଧାନସଭା ଅଧିବେଶନ ବେଳେ ମୋଟରଯାନ ଚଳାଚଳ ନିମନ୍ତେ ନିମ୍ନଲିଖୁତ କଟକଣା ବଳବତ୍ତର ରହିବ । ଏହି କଟକଣା ବିଧାନସଭା ସଲଗ୍ନ ରାସ୍ତା ମାନଙ୍କରେ ନିରାପତ୍ତାକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଯିବ । ନିମ୍ନଲିଖୁତ କଟକଣା ଗୁଡ଼ିକ ବିଧାନସଭା ଚାଲୁଥିବା ସମୟରେ ଆସନ୍ତା ତା ୨୪.୧୧,୨୦୨୨ ରିଖ ଠାରୁ ୩୧.୧୨.୨୦୨୨ ରିଖ ପର୍ଯ୍ୟନ୍ତ ଲାଗୁ କରାଗଲା ।
୧)ହାଉସିଂ ବୋର୍ଡ ଛକପଟୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ କେଶରୀ ଟକୀଜ୍ ଠାରୁ ଆଗକୁ ନଯାଇ ବାମ ପାର୍ଶ୍ୱ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।
୨) ଏ.ଜି, ଛକପଟୁ ପି.ଏମ୍.ଜି, ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବ ଭବନ ପାଖରେ ତାହାଣ ପାର୍ଶ୍ୱରେ ଥିବା ଇନ୍ଦିରାଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।
୩) ମାଷ୍ଟର କ୍ୟାଣ୍ଟିନ ଛକପଟୁ ଅପର ପି.ଏମ୍.ଜି, ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଲୋୟର ପିଏମ୍ଜି ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ । କିନ୍ତୁ ସେମାନେ ମହାତ୍ମାଗାନ୍ଧୀ ମାର୍ଗ ଦେଇ ଯାଇପାରିବେ ନାହିଁ ।
୪) ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥୁବା ସମସ୍ତ ଯାନବାହାନ ଗୁଡ଼ିକ ପାୱାର ହାଉସ ଛକ ଆଡ଼କୁ ଯିବେ ।
୫) ରାଜଭବନ ଛକୁ ପଟୁ ଏମ୍.ଏଲ୍.ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଶାସ୍ତ୍ରୀନଗର ଛକ ଆଡ଼କୁ ଯିବେ ।
ଏହି କଟକଣା ଗୁଡ଼ିକ ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଯାନବାହାନମାନଙ୍କ ପାଇଁ ଲାଗୁ ହେବ ନାହିଁ ।