17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶବିଦେଶ ଫଣ୍ଡିଂ ଉପରେ ଲଗାମ : ଅକ୍ସଫାମ୍ ଓ ଜାମିଆ ସମେତ ୧୨ ହଜାର ଏନ୍‌ଜିଓଙ୍କ...

ବିଦେଶ ଫଣ୍ଡିଂ ଉପରେ ଲଗାମ : ଅକ୍ସଫାମ୍ ଓ ଜାମିଆ ସମେତ ୧୨ ହଜାର ଏନ୍‌ଜିଓଙ୍କ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ:  ଅକ୍ସଫାମ୍ ଇଣ୍ଡିଆ, ଜାମିଆ ମିଲିଆ ସମେତ ଦେଶର ୧୨ ହଜାରୁ ଊର୍ଦ୍ଧ୍ୱ ବେସରକାରୀ ସଂଗଠନ (ଏନ୍‌ଜିଓ)ଙ୍କ ଫରେନ୍ କଣ୍ଟ୍ରିବ୍ୟୁସନ୍ ରେଗୁଲେସନ୍ ଆକ୍ଟ (ଏଫ୍‌ସିଆର୍‌) ଲାଇସେନ୍ସ ଡିସେମ୍ବର ୩୧ ଅର୍ଥାତ୍ ଶୁକ୍ରବାର ସମାପ୍ତ ହୋଇଯାଇଛି । ଏବେ ଏହି ସଂସ୍ଥାଗୁଡ଼ିକ ବିଦେଶରୁ ମିଳୁଥିବା ଚାନ୍ଦା ବା ଦାନ ରାଶି ଗ୍ରହଣ କରିପାରିବେ ନାହିଁ । ଶନିବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୬ ହଜାରରୁ ଅଧିକ ଏନ୍‌ଜିଓ ମଧ୍ୟରୁ ଅଧିକାଂଶ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରିନାହାନ୍ତି । ମନ୍ତ୍ରଣାଳୟ ଅନୁସାରେ ଏହି ସଂସ୍ଥାଗୁଡ଼ିକ ଡିସେମ୍ବର ୩୧ ତାରିଖ ପୂର୍ବରୁ ଏଫ୍‌ସିଆର୍‌ଏ ନବୀକରଣ ନିମନ୍ତେ ରିମାଇଣ୍ଡର୍ ପଠାଯାଇଥିଲା ।

ମାତ୍ର କେତେକ ଏନ୍‌ଜିଓ ଆବେଦନ କରିନାହାନ୍ତି । ଫଳରେ ସଂଗଠନଗୁଡ଼ିକୁ ବିଦେଶ ପଣ୍ଡିଂ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ଏଫ୍‌ସିଆର୍‌ଏ ଲାଇସେନ୍ସ ହରାଇଥିବା ସଂସ୍ଥା ମଧ୍ୟରେ ଅକ୍ସଫାମ୍ ଇଣ୍ଡିଆ ଟ୍ରଷ୍ଟ, ଜାମିଆ ମିଲିଆ ଇସ୍‌ଲାମିଆ, ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଓ ଲେପ୍ରୋସୀ ମିଶନ୍ ସମେତ ମୋଟ ୧୨ ହଜାରୁ ଅଧିକ ଏନ୍‌ଜିଓ ଅଛନ୍ତି ।

ଏହା ବ୍ୟତୀତ ଟ୍ୟୁବରକୁଲୋସିସ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ, ଇନ୍ଦିରା ଗାନ୍ଧୀ ନ୍ୟାସ୍‌ନାଲ୍ ସେଣ୍ଟର ଫର୍ ଆର୍ଟ୍ସ ଓ ଇଣ୍ଡିଆ ଇସ୍‌ଲାମିଆ କଲ୍‌ଚର୍ ସେଣ୍ଟର ମଧ୍ୟ ଏହି ତାଲିକାରେ ସାମିଲ । ଦେଶରେ ଏଫ୍‌ସିଆର୍‌ଏ ଲାଇସେନ୍ସ ଥିବା ୧୬,୮୨୯ ଏନ୍‌ଜିଓ ରହିଛନ୍ତି, ଯେଉଁଗୁଡ଼ିକ ଶୁକ୍ରବାର ଆଗାମୀ ବର୍ଷେ ପାଇଁ ଲାଇସେନ୍ସ ନବୀକରଣ କରିଛନ୍ତି । ପିଟିଆଇ ତଥ୍ୟ ଅନୁସାରେ ଦେଶରେ ଏଫ୍‌ସିଆର୍‌ଏ ଲାଇସେନ୍ସ ଥିବା ମୋଟ ୨୨୭୬୨ ପଞ୍ଜୀକୃତ ଏନ୍‌ଜିଓ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking