24.1 C
Bhubaneswar
Friday, February 13, 2026
Homeଓଡିଶାପୁରୀ ସଂକଳ୍ପ ଯାତ୍ରାକୁ ସଫଳ କରିବାପାଇଁ ନେତୃବୃନ୍ଦଙ୍କୁ ଦାୟୀତ୍ୱ ପ୍ରଦାନ

ପୁରୀ ସଂକଳ୍ପ ଯାତ୍ରାକୁ ସଫଳ କରିବାପାଇଁ ନେତୃବୃନ୍ଦଙ୍କୁ ଦାୟୀତ୍ୱ ପ୍ରଦାନ

ଭୁବନେଶ୍ୱର:  ନବ ନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଭୁବନେଶ୍ୱରରୁ ପୁରୀ ସଂକଳ୍ପ ପଦଯାତ୍ରାକୁ ସଫଳ କରିବାପାଇଁ ସଂକଳ୍ପ କମିଟି ଅଧ୍ୟକ୍ଷ ଡ. ଦେବାଶିଷ ପଟ୍ଟନାୟକ ବିଭିନ୍ନ ସ୍ଥାନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରି ଦାୟୀତ୍ୱ ଦେଇଛନ୍ତି । ସେହିଭଳି ସୁପରିଚାଳନା ପାଇଁ ଖାଦ୍ୟ, ସାଂସ୍କୃତିକ, ପ୍ରସାର, ଆବାସ ବ୍ୟବସ୍ଥା ଓ ଗମନାଗମନ ପାଇଁ ଉପ କମିଟି କରି ନାମ ଘୋଷଣା କରିଛନ୍ତି । ନିମ୍ନରେ ତାହା ପ୍ରଦତ କରାଗଲା ।

ପର୍ଯ୍ୟବେକ୍ଷକ: ପିପିଲି- ମହମ୍ମଦ ଇମଦାଦ, ଗୋପନ ମାର୍ଥା, ସତ୍ୟବାଦି- ସୁବ୍ରତ ମହାପାତ୍ର, ପୁରୀ- ଅମରେଶ ପରିଡ଼ା, ଅଭିଳାଷ ମାଣିଆ, କାକଟପୁର- ଜିଆଉଲ ହକ, ଜ୍ୟୋତି ଆଚାର୍ଯ୍ୟ, ବ୍ରହ୍ମଗିରି- କୃଷ୍ଣଚନ୍ଦ୍ର ପତି, ରାଜୀବ ମହାନ୍ତି । କମିଟି: ଖାଦ୍ୟ- ମନୋଜ ରାଉତ, ମନୋଜ ବିଶ୍ୱାଳ, ସାଂସ୍କୃତିକ- ନିପନ ଦାଶ, ପ୍ରସାର-ଅଶୋକ ଦାସ, ଆବାସ ବ୍ୟବସ୍ଥା- ପ୍ରବୋଧ ଦାସ, ଗମନାଗମନ- ଏମଡି ଆକବର ପ୍ରମୁଖ ରହିଛନ୍ତି । ଉପରୋକ୍ତ ବ୍ୟକ୍ତିବିଶେଷ ମାନେ ସ୍ଥାନ ପରିଦର୍ଶନ କରିବେ ଏବଂ କିପରି କାର୍ଯ୍ୟକ୍ରମକୁ ସଫଳ କରାଯିବ ତା ପ୍ରତି ଧ୍ୟାନ ଦେଇ ଦାୟୀତ୍ୱ ନିର୍ବାହ କରିବାକୁ ଡ. ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସିର ପୂର୍ବତନ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking