36.1 C
Bhubaneswar
Wednesday, March 4, 2026
Homeଖେଳବିସିବି ଡାଇରେକ୍ଟର ଖଲିଦ୍ ମହମୁଦଙ୍କ ଇସ୍ତଫା

ବିସିବି ଡାଇରେକ୍ଟର ଖଲିଦ୍ ମହମୁଦଙ୍କ ଇସ୍ତଫା

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ଟିମ୍ ଭାରତ ଗସ୍ତରେ ଆସି ଚଳିତ ମାସ ୧୯ ତାରିଖରୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳିବା କାର୍ଯ୍ୟକ୍ରମ ରହିଛି। ମାତ୍ର ଏହା ପୂର୍ବରୁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ରେ ହଡ଼କମ୍ପ ସୃଷ୍ଟି ହୋଇଛି। ବୋର୍ଡ ଡାଇରେକ୍ଟର କଲିଦ୍ ମହମୁଦ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ବ୍ୟତୀତ ବୋର୍ଡରେ ସାମିଲ କେତେକ ଅନ୍ୟ ସଦସ୍ୟ ମଧ୍ୟ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
ବାଂଲାଦେଶ କ୍ରିକେଟ୍ ଟିମ୍‌ର ସଦସ୍ୟ ତଥା କିଛି ସମୟ ପାଇଁ ଟିମ୍‌ର ଅନ୍ତରୀଣ କୋଚ୍ ଥିବା ଖଲିଦ ମହମୁଦ୍ ୨୦୧୩ରେ ଗାଜି ଅଶରଫ୍‌ଙ୍କ ବିପକ୍ଷ ନିର୍ବାଚନରେ ବିଜୟୀ ହେବା ପରେ ଅଧ୍ୟକ୍ଷ ପଦକ ସମ୍ଭାଳିଥିଲେ। କ୍ରିକ୍‌ବଜ୍ ଖବର ଅନୁସାରେ ଡାଇରେକ୍ଟର ପଦରେ ଲଗାତାର ତୃତୀୟ ଥର ଦାୟିତ୍ୱରେ ଥିବା ଖଲିଦ ଦେଶରେ ରାଜନୈତିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବର୍ତ୍ତମାନ କାର୍ଯ୍ୟକାଳ ପୂର୍ବରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହମୁଦ ଦୀର୍ଘ ସମୟ ପର୍ଯ୍ୟନ୍ତ ବାଂଲାଦେଶ କ୍ରିକେଟ୍ ବୋର୍ଡ ପାଇଁ ଗେମ୍ ଡେଭେଲପ୍‌ମେଣ୍ଟ୍ ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ବାଂଲାଦେଶ ଅଣ୍ଡର-୧୯ ଟିମ୍ ୨୦୨୦ରେ ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ମଧ୍ୟ ନିଜ ନାମରେ କରିଥିଲା। ଖଲିଦ ମହମୁଦଙ୍କ ବ୍ୟତୀତ ବିସିବିରୁ ଇସ୍ତଫା ଦେଇଥିôବା ଅନ୍ୟମାନଙ୍କ ମଧ୍ୟରେ ଜଲାଲ ୟୁନୁସ୍‌, ଶଫିଉଲ୍ ଆଲମ୍ ଚୌଧୁରୀ ଏବଂ ନଇମୁର୍ ରହମାନଙ୍କ ନାମ ସାମିଲ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking