ନୂଆଦିଲ୍ଲୀ : ଦେଶର ୧୨ଟି ସହରରେ କଏନ୍ ଭେଣ୍ଡିଂ ମେସିନ ସ୍ଥାପନ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ସୂଚନା ଦେଇଛନ୍ତି । ଏହାଦ୍ୱାରା ଗ୍ରାହକମାନେ ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍) ଜରିଆରେ ମେସିନ୍ରେ ଥିବା କ୍ୟୁଆର୍ କୋଡ୍କୁ ସ୍କାନ୍ କରି କଏନ ପାଇପାରିବେ ବୋଲି କୁହାଯାଇଛି । ଏହି ବ୍ୟବସ୍ଥାକୁ ସୁସଂଗଠିତ କରିବାକୁ ସମସ୍ତ ବ୍ୟାଙ୍କ୍କୁ ନିର୍ଦ୍ଦେଶାବଳୀ ଜାରି କରାଯିବ ବୋଲି ମଧ୍ୟ କୁହାଯାଇଛି । ବୁଧବାର ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସୀ ସମ୍ପର୍କରେ ଘୋଷଣା କରିବା ଅବସରରେ ଶ୍ରୀ ଦାସ ଉପରୋକ୍ତ ସୂଚନା ଦେଇଛନ୍ତି ।