ପାତ୍ରପୁର: ଜରଡ଼ା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ପଳାସପୁର ଗ୍ରାମ ନିକଟରେ ଆଜି ଜଣେ ଆଦିବାସୀଙ୍କ ମୁଣ୍ଡରୁ ଶରୀର ଅଲଗା କରି କେହି ଦୁର୍ବୃତ୍ତ ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ମୃତକ ଜଣକ ପଳାସପୁର ଗ୍ରାମର ବୃନ୍ଦାବନ ଜାନୀ (୫୦) ବୋଲି ସୂଚନା ମିଳିଛି । ଜରଡା ଥାନାଧିକାରୀ ଭବାନନ୍ଦ ପ୍ରଧାନଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ, ବୃନ୍ଦାବନଙ୍କୁ ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି କେହି ହତ୍ୟା କରିଥିବା ସନ୍ଦେହ କରାଯାଇଛି । ଶନିବାର ସ୍ଥାନୀୟ ଅଞ୍ଚଳର ଜଣେ ମଇଁଷି ଜଗୁଆଳି ଗ୍ରାମ ନିକଟସ୍ଥ ବାଘଲଟି କେନାଲ ନିକଟରେ ଏକ ଶବ ପଡ଼ିଥିବା ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକେ ଜରଡା ପୁଲିସକୁ ଖବର ଦେଇଥିଲେ । ସେଠାରେ ଚିକିଟି ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ ଜରଡ଼ା ଥାନାଧିକାରୀ ଭବାନନ୍ଦ ପ୍ରଧାନ ପୁଲିସ୍ ଟିମ୍ ସହ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି ।
ମୃତ ବୃନ୍ଦାବନ ଗତ ୧୭ ତାରିଖ ରାତିରେ ନିଜ ଚଣା ବାଡ଼ ଦେଖିବାକୁ ଯାଇ ନିଖୋଜ ହୋଇଥିଲେ । ଆଜି ସକାଳୁ ତାଙ୍କର ଗଳିତ ମୃତଦେହ ଗାଁ ନିକଟସ୍ଥ କେନାଲରୁ ଉଦ୍ଧାର ହେବା ପରେ ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକଙ୍କ ପରିବାର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ମଦ ଭେଣ୍ଡରଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ଏହି ହତ୍ୟାକାଣ୍ଡ ଘଟଣା କିଛି ଦିନ ପୂର୍ବେ ଅଞ୍ଚଳର ଆଦିବାସୀମାନଙ୍କ ଦ୍ୱାରା ପୁଲିସ, ଅବକାରୀ ଓ ପାତ୍ରପୁର ତହସିଲଦାରଙ୍କୁ ମଦ ଧରପଗଡ଼ ବେଳେ ବୁଡ଼ିଘାଟି ଗ୍ରାମରେ ଆକ୍ରମଣ ଓ ବିରୋଧ ଘଟଣା ସହ ଲିଙ୍କ୍ ରହିଥିବା ଚର୍ଚ୍ଚା ହେଉଛି । ମୃତକଙ୍କ ସ୍ତ୍ରୀ ଜେମା ଶବର ଏନେଇ ଜରଡା ଥାନାରେ ଲିଖିତ ଏତଲା ଦେଇଛନ୍ତି । ଜରଡା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ôଚ ଅଧିକ ଛାନଭିନ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି ।