18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କ ଉପରେ ଟିପ୍ପଣୀ ଦେଶଦ୍ରୋହ ନୁହେଁ: କର୍ଣ୍ଣାଟକ ହାଇକୋର୍ଟ

ପ୍ରଧାନମନ୍ତ୍ରୀଙ୍କ ଉପରେ ଟିପ୍ପଣୀ ଦେଶଦ୍ରୋହ ନୁହେଁ: କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରାଯିବା ଅପମାନଜନକ ଓ ଦାୟିତ୍ୱହୀନତା । କିନ୍ତୁ ଏହା ଦେଶଦ୍ରୋହ ନୁହେଁ ବୋଲି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି । ଏଥିସହ ଏକ ସ୍କୁଲ ପ୍ରବନ୍ଧନ ବିରୋଧରେ ଆଗତ ଦେଶଦ୍ରୋହ ମାମଲାକୁ ଖାରଜ କରିଦେଇଛନ୍ତି । ହାଇକୋର୍ଟଙ୍କ କାଲବୁର୍ଗି ବେଞ୍ଚର ବିଚାରପତି ହେମନ୍ତ ଚନ୍ଦନଗୌଡାର ବିଦର ସାହିନ ସ୍କୁଲ ପ୍ରବନ୍ଧନ ସହ ଜଡିତ ୩ ଜଣ ସଦସ୍ୟ ଆଲାଉଦ୍ଦିନ ଅବଦୁଲ ଖଲିକ, ମହମ୍ମଦ ବିଲାଲ ଇନାମଦାର ଓ ମହମ୍ମଦ ମେହତାବଙ୍କ ବିରୋଧରେ ନ୍ୟୁ ଟାଉନ ଥାନାରେ ଦାୟର ଏଫଆଇଆରକୁ ରଦ୍ଦ କରିଦେଇଛନ୍ତି । କହିଛନ୍ତି ଏହି ମାମଲା ଆଇପିସିର ଦଫା ୧୫୩ (କ) (ଦୁଇ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି) ପରିସରଭୁକ୍ତ ହୋଇପାରିବ ନାହିଁ ।

ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ବିରୋଧରେ ୨୦୨୦ ଜାନୁଆରୀ ୨୧ରେ ସାହିନ ସ୍କୁଲରେ ଏକ ନାଟକ ଅନୁଷ୍ଠିତ ହୋଇଥିଲା । ସେହି ନାଟକରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦିଆଯାଇଥିଲା । ଜଣେ ଶିକ୍ଷକ ସେହି ନାଟକର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।

ନିଲେଶ ରକ୍ଷାଲ ନାମକ ଜଣେ ଏବିଭିପି କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ ଆଧାରରେ ପୁଲିସ ସ୍କୁଲ ପରିଚାଳନା ସହ ଜଡିତ ୩ ସଦସ୍ୟଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା । ଶେଷରେ ଅଭିଯୁକ୍ତମାନେ ହାଇକୋର୍ଟକୁ ଆସିଥିଲେ । ବିଚାରପତି ତାଙ୍କ ରାୟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦିଆଯାଇଥିବା ବିବାଦୀୟ ଟିପ୍ପଣୀ କେବଳ ଅପମାନଜନକ ନଥିଲା, ଦାୟିତ୍ୱହୀନତା ମଧ୍ୟ ଥିଲା । ସରକାରଙ୍କ ନୀତି ଓ ଯୋଜନାକୁ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ଅଛି । କିନ୍ତୁ ଯୋଜନା ଓ ନୀତିକୁ ଲାଗୁ କରିବାକୁ ନେଇ ସାମ୍ବିଧାନିକ ପଦ ପଦବିରେ ରହିଥିବା ବ୍ୟକ୍ତିମାନଙ୍କୁ ଅପମାନ କରିବାର ଅଧିକାର କାହାର ନାହିଁ । ଏଭଳି ଟିପ୍ପଣୀ ଯୋଗୁ କିଛି ବ୍ୟକ୍ତି ଆପତ୍ତି ଆଣିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking