କେନ୍ଦ୍ରାପଡା : ରାଜ୍ୟରେ ଏବେ କରୋନା ସ୍ଥିତି ଧୀରେ ଧୀରେ ସୁଧୁରୁଚି । ଏହାରି ଭିତରେ ଅଗଷ୍ଟ ମାସ ପାଇଁ ଗାଇଡଲାଇନ ବି ସରକାର ଜାରି କରିସାରିଛନ୍ତି । ଏବେ ସବୁ କିଛି ଖୋଲିବା ଉପରେ ସରକାର ଅନୁମତି ପ୍ରଦାନ କରିଛନ୍ତି । ଧର୍ମାନୁଷ୍ଠାନ ଖୋଲିବା ନେଇ ବି ସ୍ଥାନୀୟ ଜିଲାପାଳ ଅନୁମତି ଦେଇପାରିବେ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲିଠାରୁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ଧର୍ମାନୁଷ୍ଠାନ ଖୋଲିବ । ନୂଆ ଗାଇଡଲାଇନ ଅନୁସାରେ ଧର୍ମୂନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି । କିନ୍ତୁ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତି ନେବାକୁ ଜିଲ୍ଲା ପ୍ରଶାସନ ଉପରେ ଛାଡିଥିଲେ ରାଜ୍ୟ ସରକାର । ଏହାରିମଧ୍ୟରେ ଆସନ୍ତାକାଲିଠାରୁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ସୂଚନା ମିଳିଛି । କିନ୍ତୁ କିଛିଟା ଏସଓପି ଜାରି ହୋଇଛି । ଯେମିତିକି କରୋନାର ସାମାନ୍ୟ ଲକ୍ଷଣ ଥିଲେ ବି ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ନାହିଁ । ସେହିପରି ଭକ୍ତ ଓ ପୂଜକଙ୍କ ପାଇଁ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ବୃଦ୍ଧ, ଗର୍ଭବତୀ, ୧୦ ବର୍ଷରୁ କମ୍ ପିଲାଙ୍କୁ ମନ୍ଦିର ପ୍ରବେଶକୁ ଅନୁମତି ମିଳିବ ନାହିଁ ।