ଭୁବନେଶ୍ୱର : ବୟସ ବଢ଼ିବା ସହିତ ସ୍ମରଣଶକ୍ତି ଦୁର୍ବଳ ହୋଇଯିବା ଏକ ସାଧାରଣ ସମସ୍ୟା ପାଲଟିଛି। କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଏହି ସମସ୍ୟା ଯୁବପିଢ଼ିଙ୍କଠାରେ ବି ଦେଖିବାକୁ ମିଳୁଛି। ଅନେକ ସମୟରେ ଆମେ କାହାରିକୁ କଲ କରିବା ପରେ ଆମେ ତାହା ଭୁଲି ଯାଇଥାଉ। ଆମେ ଛୋଟ ଛୋଟ ଜିନିଷ ଭୁଲିବାରେ ଲାଗିଥାଉ। ଏସବୁ ସ୍ମରଣଶକ୍ତି ଦୁର୍ବଳ ହେବାର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ଯଦି ଆପଣଙ୍କ ସହିତ ଏପରି ହେଉଛି, ତେବେ ସତର୍କ ହେବା ଜରୁରୀ। ଯଦି ଆପଣଙ୍କର ବି ସ୍ମରଣଶକ୍ତି ଦୁର୍ବଳ ହେଉଛି, ତେବେ କେତେକ ଘରୋଇ ଉପାୟ ଆପଣାଇ ପାରିବେ।
ନିୟମିତ ବ୍ୟାୟାମ
ନିୟମିତ ବ୍ୟାୟାମ କରିବା ଦ୍ବାରା କେବଳ ଶରୀର ପାଇଁ ନୁହେଁ, ବରଂ ମସ୍ତିଷ୍କ ପାଇଁ ଲାଭଦାୟକ। ଏହା ଦୁର୍ବଳ ସ୍ମରଣଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ନିୟମିତ ଦୌଡ଼ିବା ଫଳରେ ଆପଣଙ୍କ ନର୍ଭସ ସିଷ୍ଟମ ଉତ୍ତମ ହେବା ସହିତ ମସ୍ତିଷ୍କ ସକ୍ରିୟ ହୋଇଥାଏ।
କାମରୁ ନିଅନ୍ତୁ ବ୍ରେକ
ସ୍ମରଣଶକ୍ତି ମଜବୁତ କରିବା ଲାଗି ଆପଣ କାମରୁ କିଛି ଦିନ ବ୍ରେକ ନିଅନ୍ତୁ ଓ ମସ୍ତିଷ୍କକୁ ରିଲାକ୍ସ କରନ୍ତୁ। ଅନେକ ଥର କାମ କରିବା କାରଣରୁ ମସ୍ତିଷ୍କ ଥକିଯାଏ। ଏହି କାରଣରୁ ସ୍ମରଣଶକ୍ତି ଦୁର୍ବଳ ହେବାରେ ଲାଗେ। ଏହାବ୍ୟତୀତ ବର୍ଷରେ ଥରେ ଅତିକମରେ ଥରେ ଭ୍ରମଣ କରିବାକୁ ବାହାରନ୍ତୁ। ଏହା ମସ୍ତିଷ୍କକୁ ରିଲାକ୍ସ କରିବାରେ ସାହାଯ୍ୟ କରିଥାଏ।
ଆରାମ କରନ୍ତୁ
ଦିନ ସାରା ଲଗାତର କାମ କରିବା ଦ୍ବାରା ଶରୀର ସହିତ ମନ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ସାରା ଦିନରେ ଥରେ ଆରାମ କରିବା ଜରୁରୀ। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ଦିନରେ ଥରେ ବିରତି ନେବା ଦ୍ବାରା ସ୍ମରଣଶକ୍ତି ଉତ୍ତମ ହୋଇଥାଏ।