18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶରେଡ୍ ଲିପ୍‌ଷ୍ଟିକ୍ ଲଗାଇବା ମନା, ଲାଗିଲା ବ୍ୟାନ୍‌

ରେଡ୍ ଲିପ୍‌ଷ୍ଟିକ୍ ଲଗାଇବା ମନା, ଲାଗିଲା ବ୍ୟାନ୍‌

ନୂଆଦିଲ୍ଲୀ: ସାଧାରଣତଃ ଲିପଷ୍ଟିକ୍ ଲଗାଇବା ସମସ୍ତଙ୍କୁ ପସନ୍ଦ । ଲିପ୍‌ଷ୍ଟିକ୍ ବିନା ମେକ୍ ଅପ୍ ଅଧୁରା । ବଜାରରେ ବିଭିନ୍ନ ରଙ୍ଗର ଲିପ୍‌ଷ୍ଟିକ୍ ମିଳେ । ଲାଲ ବା ରେଡ୍ ଲିପ୍‌ଷ୍ଟିକ୍ କିନ୍ତୁ ଅଧିକାଂଶଙ୍କ ବେଶ୍ ପସନ୍ଦ । ପ୍ରାୟତଃ ମହିଳା ତଥା ଯୁବତୀମାନେ ଲାଲ ରଙ୍ଗର ଲିପଷ୍ଟିକ୍ ଲଗାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏବେ ଏହି ଲାଲ ଲିପ୍‌ଷ୍ଟିକ ଆଉ ଲଗାଇ ପାରିବେନି ମହିଳା । ଏହା ଉପରେ ଲାଗିଛି ବ୍ୟାନ୍ । ଉତ୍ତର କୋରିଆରେ ଲାଲ ଲିପଷ୍ଟିକ୍ ଉପରେ ଲାଗିଛି ବ୍ୟାନ୍ । ଏଠାକାର ସରକାର ମହିଳାଙ୍କ ରେଡ୍ ଲିପଷ୍ଟିକ୍ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନଙ୍କ ନେତୃତ୍ୱରେ ଉତ୍ତର କୋରିଆରେ କଠୋର ନିୟମ କାନୁନ କାର୍ଯ୍ୟକାରୀ ହେଉଛି । ଏଠାରେ ଲୋକପ୍ରିୟ ବିଶ୍ୱବ୍ୟାପୀ ଫ୍ୟାଶନ ବ୍ରାଣ୍ଡ ଏବଂ ମେକ୍‌ଅପ୍ ସାମଗ୍ରୀ ଉପରେ କଡା ପ୍ରତିବନ୍ଧକ ଲଗାଯାଇଛି । ଏହି ନିୟମକୁ ପାଳନ ନକଲେ କଠୋର ଦଣ୍ଡ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି । ଲାଲ ଲିପଷ୍ଟିକ୍‌କୁ ଏଠାକାର ଏକଛତ୍ରବାଦ ଶାସକ ପୁଞ୍ଜିବାଦ ସ ବ୍ୟକ୍ତିବାଦ ସହ ଯୋଡନ୍ତି ।

ବିଶ୍ୱାସ କରାଯାଏ ଯେ, ଲାଲ ରଙ୍ଗ ଏକ ଏଭଳି ରଙ୍ଗର ପ୍ରତୀକ, ତା’ଠାରୁ ବଡ ଆଉ କିଏ ନାହିଁ । ଏଭଳି ପରିସ୍ଥିତିରେ କିମ୍ ଜୋଙ୍ଗ ଉନ୍ ଚାହୁଁ ନାହାଁନ୍ତି ଯେ ତାଙ୍କ ଦେଶର କୌଣସି ବ୍ୟକ୍ତି ଶାସକଙ୍କଠାରୁ ବଡ ହୁଅନ୍ତୁ । କେବଳ ସେତିକି ନୁହେଁ ଲାଲ ରଙ୍ଗର ଲିପଷ୍ଟିକ୍ ଲଗାଇଥିବା ମହିଳାମାନେ ଅଧିକ ଆକର୍ଷଣୀୟ ଦେଖାଯାନ୍ତି । ଯାହା ନିୟମ ବିରୋଧୀ ଅଟେ । ତେଣୁ ଲାଲ ରଙ୍ଗର ଲିପଷ୍ଟିକ୍ ଲଗାଇବା ମନା ହୋଇଛି । ମହିଳାଙ୍କୁ ନମ୍ର ଓ ସରଳ ଦେଖାଇବା ପାଇଁ ଏଠାରେ ନିୟମ ରହିଛି । ଏଥିପାଇଁ ସେମାନଙ୍କୁ କମ୍ ମେକ୍‌ଅପ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନର୍ଥ କୋରିଆରେ ଏହି ନିୟମଗୁଡିକୁ କଡା ରୂପେ ପାଳନ କରାଇବାକୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ମଧ୍ୟ କରାଯାଉଛି । ଏଠାକାର ପୁଲିସ ବିଭିନ୍ନ ସ୍ଥାନରେ ଲୋକଙ୍କ ବ୍ୟକ୍ତିଗତ ଜିନିଷ ମଧ୍ୟ ବହାର କରି ଚେକିଂ କରନ୍ତି । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ ମୋଟା ଅଙ୍କର ଜରିମାନା ମଧ୍ୟ କରାଯାଏ । ତେଣୁ ଆଇନ ଅନୁଯାୟୀ ଏଠାକାର ମହିଳାମାନେ ଲାଲ ରଙ୍ଗର ଲିପଷ୍ଟିକ୍‌? ଠାରୁ ଦୂରେଇ ରୁହନ୍ତି । ହାଲୁକା ରଙ୍ଗର ଲିପଷ୍ଟିକ୍ ସେମାନେ ବ୍ୟବହାର କରିବାକୁ ଅନୁମତି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking