29.1 C
Bhubaneswar
Monday, July 1, 2024
Homeଓଡିଶା୧୧ଟାରୁ ୩ଟା ଯାଏଁ ବାହାରେ ଖେଳିବା ମନା, କଟକଣା ଲଗାଇଲେ ଏସ୍‌ଆର୍‌ସି

୧୧ଟାରୁ ୩ଟା ଯାଏଁ ବାହାରେ ଖେଳିବା ମନା, କଟକଣା ଲଗାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟ ତମାମ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଉକୂଳରୁ ଉପାନ୍ତ, ବୌଦ୍ଧରୁ ଭୁବନେଶ୍ୱର ସବୁଠି ଦେଖିବାକୁ ମିଳୁଛି ତାତିର ଦାଉ । ପ୍ରବଳ ଖରା ସାଙ୍ଗକୁ ଗୁୁଳୁଗୁଳି ଅଂଶୁଘାତ ଆଶଙ୍କା ବଢାଇଦେଇଛି । ଯାହାକୁ ନଜରରେ ରଖି ଆଉଟଡୋର ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଟାଣ ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏ ସମ୍ପର୍କରେ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଖରାରେ ରାଜ୍ୟର ବିଭିନ୍ନ ଜାଗାରେ ଆଉଟଡୋର ଖେଳ ଚାଲୁଥିବା ନେଇ ସୂଚନା ମିଳିବା ପରେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଚଣ୍ଡ ଖରା ଦୃଷ୍ଟିରୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ପୂର୍ବରୁ ପରାମର୍ଶ ଦେଇଛନ୍ତି ଏସଆରସି ।ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ବାରଣ କରାଯାଇଛି । ଏପ୍ରିଲରୁ ଜୁନ୍ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ରଖିବା ସହ ବିହୀତ ପଦକ୍ଷେପ ନେବାକୁ ସମସ୍ତ ରାଜସ୍ୱ କମିଶନର ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରମ ବିଭାଗ । ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking