21.1 C
Bhubaneswar
Wednesday, February 11, 2026
Homeଓଡିଶାସିିପାହୀ, କନଷ୍ଟେବଳ ପଦରେ ନିଯୁକ୍ତି ମାମଲା: ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସିିପାହୀ, କନଷ୍ଟେବଳ ପଦରେ ନିଯୁକ୍ତି ମାମଲା: ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସିପାହୀ, କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା ସଂକ୍ରାନ୍ତରେ ରହିଥିବା ସର୍ତ୍ତକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ଦାଖଲ ପାଇଁ ଆଦେଶ ଦେଇଛନ୍ତି। ରାଜ୍ୟ ଗୃହ ବିଭାଗ,ପୁଲିସ ଡିଜି, ଆଇଜି, ଷ୍ଟେଟ ସିଲେକ୍ସନ ବୋର୍ଡକୁ ହାଇକୋର୍ଟ ଏଥିପାଇଁ ନୋଟିସ୍ ଜାରି କରିଛନ୍ତି। ଏଥିସହ ଏହି ପଦବୀର ଆବେଦନକାରୀଙ୍କ ଦରଖାସ୍ତକୁ ଗ୍ରହଣ କରିବାକୁ ହାଇକୋର୍ଟଙ୍କ ଆଦେଶ ରହିଛି। ଆବେଦନକାରୀ ଅନ୍‌ଲାଇନ ଓ ଅଫ୍‌ଲାଇନ ବ୍ୟବସ୍ଥାରେ ଦରଖାସ୍ତ ଦାଖଲ କରିବେ। ଆବେଦନକାରୀଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯିବ। କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏ ସଂକ୍ରାନ୍ତୀୟ ଫଳ ପ୍ରକାଶ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ଆଦେଶ ମଧ୍ୟ ଦେଇଛନ୍ତି। ଆବେଦନକାରୀ ଚିତ୍ତ ରଂଜନ ଦାସ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ହାଇକୋର୍ଟର ବିଚାରପତି ଶଶିକାନ୍ତ ମିଶ୍ର ଏହି ଆଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୨୨କୁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ପୁଲିସର ଓଏସଏପି, ଆଇଆର, ଏସଆଇଆର, ସ୍ପେଶାଲ ସିକ୍ୟୁରିଟି ବାଟାଲିଅନରେ ୧୩୬୦ଟି ସିପାହୀ/କନେଷ୍ଟବଳ ପଦ ପୂରଣ ପାଇଁ ଷ୍ଟେଟ ସିଲେକ୍‌ସନ ବୋର୍ଡ ପକ୍ଷରୁ ଗତ ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪ ଜାନୁଆରି ୧ରେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ହୋଇଥିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଶେଷ ଥର ୨୦୧୮ରେ ଓଡ଼ିଶା ପୁଲିସରେ ସିପାହୀ, କନଷ୍ଟେବଳ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ୬ ବର୍ଷର ବ୍ୟବଧାନ ପରେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେଉଥିବାରୁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା କୋହଳ କରାଯିବାର ଆବଶ୍ୟକତା ରହିଛି ଦର୍ଶାଇ ହାଇକୋର୍ଟରେ ଆଶାୟୀ ପ୍ରାର୍ଥୀଙ୍କ ତରଫରୁ ଏହି ଆବେଦନ ଦାୟର ହୋଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking