ମୁମ୍ବାଇ: ଗୋବିନ୍ଦା ୧୯୮୬ରେ ନିଜର ପ୍ରଥମ ଫିଲ୍ମ ‘ଇଲଜାମ’ ସହିତ ବଲିଉଡରେ ନିଜ ଯାତ୍ରା ଆରମ୍ଭ କରିଥିଲେ ଏବଂ ୯୦ ଦଶକର ସେ ହିନ୍ଦୀ ସିନେମାରେ ଜଣେ ପ୍ରସିଦ୍ଧ କଳାକାର ମଧ୍ୟ ଥିଲେ । ତାଙ୍କର ଡ୍ୟାନ୍ସ ସମସ୍ତଙ୍କୁ ପସନ୍ଦ ଆସେ । ଆକ୍ଟିଂରେ ସେ ନିଜ ଜୀବନ ସମର୍ପିତ କରିଦେଇଥିଲେ । ହେଲେ ଧିରେ ଧିରେ ବଲିଉଡରେ ତାଙ୍କ ପାଇଁ ବହୁତ କିଛି ବଦଳିଗଲା । କିଛି ସମୟ ପୂର୍ବରୁ ତାଙ୍କୁ ଫିଲ୍ମ ‘ହାପି ଏଣ୍ଡିଂ’ ଓ ‘କିଲ୍ ଦିଲ’ ରେ ଦେଖିବାକୁ ମିଳିଥିଲା ।
ଗୋବିନ୍ଦା ବର୍ଷ ୨୦୧୭ରେ ଏକ ଇଣ୍ଟରଭ୍ୟୁରେ କହିଥିଲେ, ବଲିଉଡ ଓ ନିଜ ସମ୍ବନ୍ଧରେ ସେ କଥା ହୋଇଥିଲେ । ସେ କହିଥିଲେ, ଏଠାରେ ଅନେକ ବଡ ବଡ ଗ୍ରୁପ ରହିଛି ଏବଂ ସେ ସେହି ଗ୍ରୁପର ଅଂଶ ହେବାକୁ ଚାହାଁନ୍ତିନି । ସେଥିପାଇଁ ତାଙ୍କୁ କାମ ମିଳିବା ବନ୍ଦ ହୋଇଗଲା । ସେ ଖୁଲାସା କରିଥିଲେ, କିପରି ବଲିଉଡରେ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିଲା ।
କିଛି ଲୋକେ ତାଙ୍କ ଲେବଲ ଖରାପ କରିବାକୁ ଚାହୁଁଥିଲେ ଏବଂ ତାଙ୍କୁ ଜଣେ ଜୁନିୟର କଳାକାର କରିବାକୁ ଚାହୁଁଥିଲେ ।