26.1 C
Bhubaneswar
Tuesday, November 5, 2024
Homeଦେଶ ବିଦେଶ“ଯୁଦ୍ଧ ନାୟକ” ୟୁକ୍ରେନ ର କୁକୁର

“ଯୁଦ୍ଧ ନାୟକ” ୟୁକ୍ରେନ ର କୁକୁର

କିଭ : ବାସ୍ତବରେ କୁକୁର ହେଉଛନ୍ତି ମଣିଷ ର ପ୍ରକୃତ ବନ୍ଧୁ । ଏହା ମଧ୍ୟ ବାରମ୍ବାର ପ୍ରମାଣିତ ହୋଇଛି । ତେବେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ରେ ଗୋଟିଏ କୁକୁର ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ ହୋଇଛି । ୨ ମାସ ରୁ ଅଧିକ ଦିନ ଧରି ଚାଲିଥିବା ରୁଷ ୟୁକ୍ରେନ ଯୁଦ୍ଧ ରେ ୟୁକ୍ରେନର କୁକୁର ଯୁଦ୍ଧ ର ହିରୋ ବନିଯାଇଛି । ଯିଏ କି ସାହାସ ଏବଂ ବୀରତ୍ୱ ପ୍ରଦର୍ଶନ କରି ନିଜ ଦେଶ ପାଇଁ ଉଦାହରଣ ପାଲଟିଛି । ସବୁଠାରୁ ବଡ କଥା ହେଉଛି ଏହି କୁକୁର ଶହ ଶହ ଲୋକ ଙ୍କ ଜୀବନ ରକ୍ଷା କରିଛି । ତେବେ ସେହି କୁକୁର ହେଉଛି ୟୁକ୍ରେନ ର ସ୍ନିପିଙ୍ଗ ଡଗ ପୈଟ୍ରେନ । ରୁଷ ଆକ୍ରମଣ କରୁଥିବା ବେଳେ ପୈଟ୍ରେନ ଅନେକ ଲ୍ୟାଣ୍ଡ ମାଇନ ବମ ଖୋଜି ଖୋଜି ୟୁକ୍ରେନ ସେନାଙ୍କୁ ସତର୍କ କରିଛି । ପୈଟ୍ରେନକୁ ୟୁକ୍ରେନ ର ରାଷ୍ଟ୍ରପତି ଜେଲେନସ୍କି ସମ୍ମାନୀତ କରିଛନ୍ତି । କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଙ୍କ ୟୁକ୍ରେନ ଗସ୍ତ ସମୟରେ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ପୈଟ୍ରେନ କୁ ସମ୍ବର୍ଦ୍ଧିତ କରିଛନ୍ତି । ଜ୍ୟାକ୍ ରସଲେ୍ ଟେରିଅର ପ୍ରଜାତିର ସ୍ନିଫର କୁକୁର ପୈଟ୍ରେନ ୨୦୦ ରୁ ଅଧିକ ଲ୍ୟାଣ୍ଡ ମାଇନ ବୋମା କୁ ଖୋଜି ଖୋଜି ବାହାର କରିଛି । ଫେବ୍ରୁଆରୀ ୨୪ ରୁ ଆରମ୍ଭ ହୋଇଥିବା ରୁଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମୟରେ ପୈଟ୍ରେନ ଅନେକ ବିସ୍ଫୋରଣ କୁ ରୋକିବାରେ ସଫଳ ହୋଇଛି । ରିଅଲ ଲାଇଫ ର ସୁପର ହିରୋ ପୈଟ୍ରନ ପଦକ ପାଇବା ବେଳେ ତାର ଲାଂଜ ଟାଣିବା ସହ ସମସ୍ତେ ତାଳି ମାରିଥିଲେ । ଜେଲେନସ୍କି କହିଛନ୍ତି , ମୁଁ ଆମର ୟୁକ୍ରେନର ହିରୋ ମାନଙ୍କୁ ପୁରସ୍କୃତ କରିବି ଯେଉଁ ମାନେ ଆମ ଦେଶକୁ ସୁରକ୍ଷିତ ରଖିଛନ୍ତି । ପୈଟ୍ରେନ ର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking