18.1 C
Bhubaneswar
Saturday, November 23, 2024
Homeଆଇପିଏଲ୍ -2022ଏମିତି ହୋଇପାରେ ବେଙ୍ଗାଲୁରୁ ଓ ଦିଲ୍ଲୀର ପ୍ଲେଇଂ ଇଲେଭେନ

ଏମିତି ହୋଇପାରେ ବେଙ୍ଗାଲୁରୁ ଓ ଦିଲ୍ଲୀର ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ରେ ଆଜି ୨୨ ତମ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ସନ୍ଧ୍ୟା ୭.୩୦ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଦୁଇଟି ଯାକ ଟିମ ବିଜୟ ଲାଭ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିବାକୁ ଚେଷ୍ଟା କରିବେ । ବେଙ୍ଗାଲୁରୁ ନିଜ ପୂର୍ବ ମୁକାବିଲାରେ ଚେନ୍ନାଇ ଠାରୁ ହାରିଥିଲା । ଏହି ଟୁର୍ଣ୍ଣାମେଣ୍ଟର ଏହା ତାର ପ୍ରଥମ ପରାଜୟ । ସେହିଭଳି ଦିଲ୍ଲୀ ପୂର୍ବ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସୁପର ଓଭରରେ ବିଜୟ ଲାଭ କରିଥିଲା ।
ଯୁବ ଅଧିନାୟକ ଋଷଭ ପନ୍ଥଙ୍କ ଅଧିନାୟକତ୍ୱରେ ଚଳିତ ବର୍ଷ ଦିଲ୍ଲୀ ଟିମ ଭଲ ପ୍ରଦର୍ଶନ କରୁଛି । ଟିମର ସଲାମୀ ବ୍ୟାଟସମ୍ୟାନ ଶିଖର ଧାବନ ଓ ପୃଥ୍ୱୀ ସା ଭଲ ପ୍ରଦର୍ଶନ କରୁଛନ୍ତି । ଆଜି ବି ସେମାନଙ୍କଠାରୁ ଆରମ୍ଭରୁ କିଛି ଭଲ ହିଁ ଆଶା କରାଯାଉଛି । ମଧ୍ୟକ୍ରମରେ ଷ୍ଟିଭ ସ୍ମିଥ ଙ୍କ ଉପସ୍ଥିତି ଯୋଗୁଁ ଦଳକୁ ସାହସ ମିଳିବ । ସେହିଭଳି ଋଷଭ ପନ୍ଥ, ସିମରନ ହେଟମାୟର, ଓ ମାର୍କସ ଷ୍ଟେଇନିସ କୌଣସି ସମୟରେ ବି ନିଜ ଖେଳ ଦ୍ୱାରା ମ୍ୟାଚର ରୂପରେଖ ବଦଳେଇ ଦେଇପାରନ୍ତି । ବୋଲିଂରେ କଗୀସୋ ରାବାଡା ଧିରେ ଧିରେ ନିଜ ଫର୍ମକୁ ଫେରୁଛନ୍ତି ।
ଯଦି ଆରସିବି କଥା କହିବା, ଗତ ମ୍ୟାଚକୁ ଛାଡି ଏପର୍ଯ୍ୟନ୍ତ ସମସ୍ତ ମ୍ୟାଚରେ ତାଙ୍କର ବ୍ୟାଟିଂରେ ଧୂଆଁଦର ପ୍ରଦର୍ଶନ ଦେଖିବାକୁ ମିଳିଛି । ସଲାମୀ ବ୍ୟାଟ୍ସ ମ୍ୟାନ ବିରାଟ କୋହଲୀ ଓ ଦେବଦତ୍ତ ପଡିକଲ ଭଲ ଫର୍ମରେ ରହିଛନ୍ତି । ପଡିକଲ ଏହି ଟୁର୍ଣ୍ଣାମେଣ୍ଟରେ ଶତକ ବି ଲଗାଇସାରିଛନ୍ତି । ମ୍ୟାକ୍ସଓଲ ବି କମାଲ ପ୍ରଦର୍ଶନ କରିଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସ- ପୃଥ୍ୱୀ ସା, ଶିଖର ଧାବନ, ଷ୍ଟିଭ ସ୍ମିଥ, ଋଷଭ ପନ୍ଥ(ଅଧିନାୟକ), ଶିମରୋନ ହେଟମାୟର, ମାର୍କସ ଷ୍ଟୋଇନିସ, ଅକ୍ଷର ପଟେଲ, କଗିସୋ ରବାଡା, ଲଲିତ ଯାଦବ, ଆବେଶ ଖାନ୍‌, ଅମିତ ମିଶ୍ରା
ଆରସିବି- ବିରାଟ କୋହଲୀ(ଅଧିନାୟକ), ଦେବଦତ୍ତ ପଡିକଲ, ଏବି ଡିବିଲିୟର୍ସ, ଗ୍ଲେନ ମ୍ୟାକ୍ସଓଲ, ଡ୍ୟାନିୟଲ କ୍ରିଶ୍ଚିୟନ, ୱାଶିଟନ ସୁନ୍ଦର, କାଇଲ ଜେମିସନ, ହର୍ଷଲ ପଟେଲ, ମୋହମ୍ମଦ ସିରାଜ, ନବଦୀପ ସୈନୀ, ୟୁଜବେନ୍ଦ୍ର ଚହଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking